ETV Bharat / city

ଭୁବନେଶ୍ୱର ଓ ଜଗତସିଂହପୁର କୋରୋନା ମୁକ୍ତ, ସୁସ୍ଥ ହେଲେ 57 ଆକ୍ରାନ୍ତ - covid-19

ରାଜ୍ୟରେ କୋରୋନା ସଂଖ୍ୟା ବୃଦ୍ଧି ପାଉଥିବାବେଳେ, ସୋମବାର 57 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଧିକ ପଢନ୍ତୁ..

ଭୁବନେଶ୍ୱର ଓ ଜଗତସିଂହପୁର ହେଲେ କୋରୋନା ମୁକ୍ତ, ସୁସ୍ଥ ହେଲେ 57 ଆକ୍ରାନ୍ତ

author img

By

Published : May 18, 2020, 3:30 PM IST

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଯେତିକି ଭାବେ କୋରୋନା ସଂଖ୍ୟାରେ ବୃଦ୍ଧି ପାଉଛି, ସେହିପରି ସୁସ୍ଥ ମଧ୍ୟ ହେଉଛନ୍ତି । ରାଜ୍ୟରେ ଆଜି(ସୋମବାର) 57 ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ୱର ଓ ଜଗତସିଂହପୁର ସମ୍ପୂର୍ଣ୍ଣ ଭାବରେ କୋରୋନା ମୁକ୍ତ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଯାହା ରାଜ୍ୟବାସୀଙ୍କୁ ଏକ ପ୍ରକାର ଆଶ୍ବସ୍ତି ପ୍ରଦାନ କରିଛି ।

ରାଜ୍ୟରେ 57 ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରେ 40 ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁର 5 ଜଣ, ମୟୁରଭଞ୍ଜରେ 4, ଭୁବନେଶ୍ୱରରେ 3 ଜଣ, ବଲାଙ୍ଗୀରରେ 2, ସୁନ୍ଦରଗଡ, ବାଲେଶ୍ୱର ଓ କେନ୍ଦ୍ରାପଡାରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ତେବେ ରାଜ୍ୟରେ ମୋଟ ଆକାରରେ 277 ଜଣ ସୁସ୍ଥ ହୋଇଛନ୍ତି ।

ଯାହାଦ୍ବାରା ବର୍ତ୍ତମାନ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲା କୋରୋନା କବଳରୁ ଉଦ୍ଧାର ପାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.