ଭୁବନେଶ୍ବର: ଓଡିଶା କ୍ୟାଡର ଆଇପିଏସ ହେଲେ ଏନସିବି (ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ) ଡେପୁଟି ଡାଇରେକ୍ଟର । 1996 ବ୍ୟାଚର ଆଇପିଏସ ସଞ୍ଜୟ ସିଂ ଏନସିବିର ଡେପୁଟି ଡାଇରେକ୍ଟର ହୋଇଛନ୍ତି । ତାଙ୍କୁ କେନ୍ଦ୍ରୀୟ ଡେପୁଟେସନ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

ନିକଟରେ ତାଙ୍କୁ ପ୍ରମୋସନ ଦେଇଥିଲେ ସରକାର। ଏଡିଜି ଭାବେ ପଦୋନ୍ନତି ପରେ ତାଙ୍କୁ ଏପରି କେନ୍ଦ୍ରୀୟ ପଦବୀ ମିଳିଛି। ତେବେ ପୂର୍ବରୁ ସେ କମିସନରେଟ ପୋଲିସରେ ଅତିରିକ୍ତ କମିସନର ଭାବେ କାର୍ଯ୍ୟ ତୁଲାଇଛନ୍ତି ।
ଏନସିବି ଦାୟିତ୍ବ ମିଳିବା ପରେ ସଞ୍ଜୟଙ୍କ ପାଇଁ ବଡ ଡ୍ରଗସ ଓ ଗଞ୍ଜେଇ କାରବାର ରୋକିବା ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । ଅତିରିକ୍ତ କମିସନର ଥିବା ସମୟରେ ସେ ଡ୍ରଗସ ଟାସ୍କ ଫୋର୍ସର ମୁଖ୍ୟ ଭାବେ ଦାୟିତ୍ଵ ତୁଲାଇ ଅନେକ ଡ୍ରଗସ କାରବାରର ଫର୍ଦ୍ଦାଫାସ କରିଥିଲେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ