ETV Bharat / city

ପୂର୍ବତନ ଡିଜି ବିଜୟ ଶର୍ମାଙ୍କୁ ନୂଆ ପଦବୀ, ଆଇପିଏସ ହିମାଂଶୁ ଲାଲଙ୍କୁ IG ପ୍ରମୋସନ - ips himanshu lal

ଆଇପିଏସ ସ୍ତରରେ ଅଦଳ ବଦଳ । ଆଇପିଏସ ବିଜୟ କୁମାର ଏବଂ ହିମାଂଶୁ ଲାଲଙ୍କୁ ନୂଆ ଦାୟିତ୍ବ । ଅଧିକ ପଢନ୍ତୁ....

ଦୁଇ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ
ଦୁଇ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ
author img

By

Published : Jan 8, 2021, 9:43 PM IST

Updated : Jan 8, 2021, 10:46 PM IST

ଭୁବନେଶ୍ବର: ଆଇପିଏସ ସ୍ତରରେ ଅଦଳ ବଦଳ । ବିଜୟ କୁମାର ଏବଂ ହିମାଂଶୁ ଲାଲଙ୍କୁ ନୂଆ ଦାୟିତ୍ବ ମିଳିଛି । ଉଭୟଙ୍କୁ ପଦନ୍ନୋତି କରାଯାଇ ନୂଆ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଏନେଇ ଆଜି (ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦୁଇ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ
ଦୁଇ ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ

ତେବେ 1986 ବ୍ୟାଚର ପୂର୍ବତନ ପୋଲିସ ଡିଜି ତଥା ଗୃହ ବିଭାଗ ଓଏସଡି ବିଜୟ କୁମାର ଶର୍ମାଙ୍କୁ ନୂଆ ଦାୟିତ୍ୱ । କଟକ ପ୍ରିଣ୍ଟିଂ ପ୍ରେସ ଓ ମୁଦ୍ରଣ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ପୁର୍ବତନ ପୋଲିସ ଡିଜି ଭାବେ ଦାୟିତ୍ବ ତୁଲାଇଥିବା ବିଜୟ ଶର୍ମାଙ୍କୁ ବିବାଦୀୟ ମୋଡରେ ଓଏସଡି ଭାବେ ବଦଳି କରାଯଇଥିଲା । ଏହାପରେ ତାଙ୍କୁ ନୁତନ ପଦବୀ ପ୍ରଦାନ କରାଯାଇଛି ।

ସେହିଭଳି 2003 ବ୍ୟାଚ ଆଇପିଏସ ଅଫିସର ହିମାଂଶୁ ଲାଲଙ୍କୁ ଡିଆଇଜିରୁ ଆଇଜିକୁ ପଦନ୍ନୋତି ଦିଆଯାଇଛି । ତେବେ ବର୍ତ୍ତମାନ ତାଙ୍କୁ କାରାଗାର ବିଭାଗର ଆଇଜି ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ହିମାଂଶୁ ଲାଲ୍ ଭୁବନେଶ୍ବର ଡିସିପି ଏବଂ କ୍ରାଇମବ୍ରାଞ୍ଚ ଏସଟିଏଫ ଡାଆଇଜି ଥିବାବେଳେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାର ଖୁଲାସା କରିଛନ୍ତି । ଏହି ସମୟରେ ସେ ଟିଟୋ ଗ୍ୟାଙ୍ଗର ଖୁଲାସା ମଧ୍ୟ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଏବଂ ତାପସ ପରିଡା, ଇଟିଭି ଭାରତ

Last Updated : Jan 8, 2021, 10:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.