ETV Bharat / city

ଯୁବକଙ୍କ ଉପରେ ନିବେଶ ଭବିଷ୍ୟତ ପାଇଁ ନିବେଶ: ମୁଖ୍ୟମନ୍ତ୍ରୀ - cm Nabin pattnaik

ଭାରତୀୟ ହକି ଦଳକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ଖେଳାଳିଙ୍କ ପାଇଁ ଗର୍ବିତ । ଯୁବକଙ୍କ ଉପରେ ନିବେଶ ଭବିଷ୍ୟତ ପାଇଁ ନିବେଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
author img

By

Published : Aug 15, 2021, 12:26 PM IST

ଭୁବନେଶ୍ବର: ଆଜି ସାରା ଦେଶ ପାଳୁଛି ୭୫ତମ ସ୍ବାଧୀନତା ଦିବସ । ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଭାରତୀୟ ହକି ଦଳକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ଖେଳାଳିଙ୍କ ପାଇଁ ଗର୍ବିତ । ଯୁବକଙ୍କ ଉପରେ ନିବେଶ ଭବିଷ୍ୟତ ପାଇଁ ନିବେଶ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପରିଶ୍ରମ, ଦକ୍ଷତା ଓ ଅଭିଜ୍ଞତା ବିନିଯୋଗରେ ଟୋକିଓ ଅଲିମ୍ପିକ୍ସରେ ମନଜିଣା ପ୍ରଦର୍ଶନ କରି 41 ବର୍ଷ ପରେ ଭାରତ ବ୍ରୋଞ୍ଜ ପଦକ ହାସଲ କରିଛି । ଏନେଇ ସାରା ଦେଶ ଗର୍ବିତ । ଭାରତୀୟ ହକି ଦଳକୁ ବିଶ୍ବର ଶ୍ରେଷ୍ଠ ଦଳ ଭାବରେ ଗଢି ତୋଳିବା ପାଇଁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । 'Investment in Youth is investment in future' ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରକାଶ ଥାଉ କି ନିକଟରେ ଭାରତୀୟ ହକି ଦଳର ୪ ଓଡିଆ ଖେଳାଳି ବିରେନ୍ଦ୍ର ଲାକ୍ରା, ଅମିତ ରୋହଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇଥିଲେ । ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢେଇ କୋଟି ଲେଖାଏଁ ପୁରସ୍କାର ସହିତ ଉଭୟଙ୍କୁ ଡେପୁଟି ସୁପରିଣ୍ଟେଣ୍ଡଣ୍ଟ ଅଫ୍ ପୋଲିସ ଚାକିରି ନିଯୁକ୍ତ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ମହିଳା ହକି ଦଳର ଦୁଇ ଓଡିଆ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ୫୦ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

ଦଳର ପ୍ରଦର୍ଶନ ଆଗାମୀ ପୀଢିକୁ ପ୍ରେରଣା ଯୋଗାଇବ । ଦେଶ ପାଇଁ ଆହୁରି ଗୌରବ ଆଣ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.