ETV Bharat / city

ଆଜିଠୁ ଆରମ୍ଭ ହେଲା ଆନ୍ତଃରାଜ୍ୟରେ ଟ୍ରେନ ଚଳାଚଳ - ଆଜିଠୁ ଓଡିଶା ଭିତରେ ଟ୍ରେନ ଚଳାଚଳ ଆରମ୍ଭ

ଆଜିଠୁ ଓଡିଶା ଭିତରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 6 ଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ପୂର୍ବତଟ ରେଳ ପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଆଜିଠୁ ଆରମ୍ଭ ହେଲା ଆନ୍ତଃରାଜ୍ୟରେ ଟ୍ରେନ ଚଳାଚଳ

author img

By

Published : Jun 8, 2020, 8:41 AM IST

ଭୁବନେଶ୍ବର: ଆଜିଠୁ ଓଡିଶା ଭିତରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 6 ଟି ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ପୂର୍ବତଟ ରେଳ ପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ବର - ବଲାଙ୍ଗୀର ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍ ଆଜି 6 ଟା 30 ମିନିଟରେ ପ୍ଲାଟଫର୍ମ 1 ରୁ ଭୁବନେଶ୍ବର ଷ୍ଟେସନ ଛାଡିଛି | ଟ୍ରେନରେ 187 ଜଣ ଯାତ୍ରୀ ଭୁବନେଶ୍ବରରୁ ଚଢିଛନ୍ତି ।

ଆଜିଠୁ ଆରମ୍ଭ ହେଲା ଆନ୍ତଃରାଜ୍ୟରେ ଟ୍ରେନ ଚଳାଚଳ

କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିଛି । ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି । ଟ୍ରେନରେ ଖାଦ୍ୟ ଓ ବେଡସିଟ୍ ମିଳିବ ନାହିଁ । ଯାତ୍ରୀମାନେ ନିଜ ସାଙ୍ଗରେ ନିଜ ଜିନିଷ ଆଣିବାକୁ ରେଳବାଇ ପକ୍ଷରୁ କୁହାଯାଇଛି ।

ଏହି ସ୍ବତନ୍ତ୍ର ଟ୍ରେନ ଗୁଡିକ ଜୁନ 8 ରୁ 30 ପର୍ଯ୍ୟନ୍ତ ଚଳାଚଳ କରିବ । ଶନିବାର ଓ ରବିବାର ରାଜ୍ୟର 11ଟି ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଥିବାରୁ ଦୁଇଦିନ ଟ୍ରେନ ଚଳାଚଳ ବନ୍ଦ ରହିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.