ଭୁବନେଶ୍ବର: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ବିନ୍ଦୁ ସାଗରରେ ଜଳ ଯୋଗ କରୁଛନ୍ତି 2 ଜଣ ବ୍ୟକ୍ତି ।
ସୁଧୀର କୁମାର ପଣ୍ଡା ଏବଂ ଅଶୋକ ବରାଳ ଜଳ ଯୋଗ କରି ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି ଯୋଗ ଦିବସ । ଏମାନେ ପ୍ରତିବର୍ଷ ଯୋଗ ଦିବସରେ ଏପରି ପାଣି ଭିତରେ ଯୋଗ କରିଥାନ୍ତି। ସେମାନେ କୁହନ୍ତି ଜଳରେ ଯୋଗ କରିବା ଦ୍ବାରା ସେମାନେ ଫିଟ ଅଛନ୍ତି।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ