ETV Bharat / city

ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ: ‘ସମାଜରେ ନରହୁ ଲିଙ୍ଗଗତ ପ୍ରଭେଦ’

ନାରୀ ଆଜି ଅବଳା କିମ୍ବା ଦୁର୍ବଳା ନୁହଁନ୍ତି । ନାରୀ ଆଜି ଦେଶର ବିଭିନ୍ନ ବଡ ପଦ ପଦବୀରେ ରହିବା ସହ ଆକାଶରେ ଲଢ଼ୁଆ ବିମାନ ମଧ୍ୟ ଉଡାଉଛି । ମାତ୍ର ଆଜିର ଦିନରେ ସମାଜରେ ଏବେବି ଲିଙ୍ଗଗତ ବୈଷମ୍ୟ ଚାଲୁରହିଛି ବୋଲି ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ବ୍ରିଟିଶ ଡେପୁଟି ହାଇକମିଶନରଙ୍କ ରାଜନୈତିକ ପରାମର୍ଶଦାତା ଅଜିତା ମେନନ ।

author img

By

Published : Oct 11, 2019, 7:21 PM IST

Updated : Oct 13, 2019, 8:05 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର:ଲିଙ୍ଗଗତ ପ୍ରଭେଦ ସମାଜରେ ନରହୁ ଏବଂ ନାରୀର ଭୂମିକା ଗୁରୁତ୍ବ ବହନ କରୁ । ସେଥିପାଇଁ ଅନ୍ତ୍ରର୍ଜାତୀୟ ଶିଶୁ କନ୍ୟା ଦିବସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ବ୍ରିଟିଶ ହାଇ କମିଶନ ଓ ଭୁବନେଶ୍ବରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିକକର ମିଳିତ ସହଯୋଗରେ ପାଳନ ହୋଇଛି । ଏହି ଅବସରରେ 'ଲିଙ୍ଗଗତ ସମାନତା ଭାରତର ବିକାଶରେ ସହାୟକ ହେବ' ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ 6ଟି ସ୍କୁଲର ୬ ଜଣ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ସମାଜରେ ନରହୁ ଲିଙ୍ଗଗତ ପ୍ରଭେଦ

ବର୍ତ୍ତମାନ ସମୟରେ ନାରୀ ଓ ପୁରୁଷ ସବୁ ସମାନ । ନାରୀ ଆଜି ଅବଳା,ଦୁର୍ବଳା ନୁହଁନ୍ତି । ନାରୀ ଦେଶର ବିଭିନ୍ନ ବଡ ବଡ ପଦପଦବୀରେ ରହୁଥିବା ବେଳେ ଆକାଶରେ ଲଢ଼ୁଆ ବିମାନ ମଧ୍ୟ ଉଡାଉଛି । ମାତ୍ର ଆଜିର ଦିନରେ ସମାଜରେ ଏବେବି ଲିଙ୍ଗଗତ ବୈଷମ୍ୟ ଚାଲୁରହିଛି । ଯାହାଦ୍ବାରା କନ୍ୟା ସନ୍ତାନଟିଏ ପାଇଲେ ବାପା ମା’ ମାନେ ତାକୁ ଆଦରରେ ଗ୍ରହଣ କରିବା ବଦଳରେ ମନଉଣା କରୁଛନ୍ତି । ଅନେକ ସମୟରେ ନବଜାତ କନ୍ୟା ଅଳିଆ ଗଦାରେ ମିଳୁଛି ତ କେଉଁଠି କନ୍ୟାଭୃଣ ହତ୍ୟା କରାଯାଉଛି । ସମାଜରେ ଏ ସବୁ ରୋକିବା ପାଇଁ ଶୁକ୍ରବାର ଭୁବନେଶ୍ବରରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି ।

ବ୍ରିଟିଶ ଡେପୁଟି ହାଇକମିଶନରଙ୍କ ରାଜନୈତିକ ପରାମର୍ଶଦାତା ଅଜିତା ମେନନ ଯୋଗ ଦେଇ ସମାଜରେ ଲିଙ୍ଗଗତ ବୈଷମ୍ୟ ଉପରେ ଆଲୋକପାତ କରିଛନ୍ତି । ଲିଙ୍ଗଗତ ସମାନତା ଦେଶର ବିକାଶରେ ସହାୟକ ହୋଇପାରିବ,ଏହା ସହିତ କନ୍ୟା ସନ୍ତାନକୁ ସମାଜରେ ଅଗ୍ରାଧିକାର ଦେବା ସହ ସେମାନଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଯୋଗାଇବା ଆବଶ୍ୟକ ବୋଲି ମେନନ୍ କହିଛନ୍ତି ।

ସେହିପରି କାର୍ଯ୍ୟକ୍ରମରେ ଭୁବନେଶ୍ବରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଭୁବନେଶ୍ବରର ୧୦ଟି ସ୍କୁଲର ୧୪୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଏଥିରେ ବିଜେଇଏମ ସ୍କୁଲର ଦ୍ବାଦଶ ଶ୍ରେଣୀର ଛାତ୍ରୀ ତମନ୍ନା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଆମ ସମାଜରେ ନାରୀର ଭୂମିକା ସବୁବେଳେ ରହିଛି । ଲିଙ୍ଗଗତ ସମାନତା ରହିବା ଆବଶ୍ୟକ । ଆଜି ଏ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ ବୋଲି ତମନ୍ନା ମହାପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ମ୍ୟୁନିସିପାଲ କର୍ପୋରେସନର କମିଶନର ଅନନ୍ୟା ଦାସ, ଅଭିନେତ୍ରୀ ଭୂମିକା ଦାସ ପ୍ରମୁଖ ଯୋଗ ଦେଇ ନାରୀଙ୍କ ଭୂମିକା ଉପରେ ନିଜ ନିଜର ମତାମତ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ।

Body:ଲିଙ୍ଗଗତ ପ୍ରଭେଦ ଯେଭଳି ସମାଜରେ ନରହୁ ଏବଂ ନାରୀର ଭୂମିକା ଗୁରୁତ୍ୱ ବହନ କରୁ ,ସେଥିପାଇଁ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବ୍ରିଟିଶ ହାଇ କମିଶନ ଓ ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପିକକ ର ମିଳିତ ସହଯୋଗରେ ପାଳନ ହୋଇଛି ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ। ଏହି ଅବସରରେ ଭୁବନେଶ୍ୱରରେ 'ଲିଙ୍ଗଗତ ସମାନତା ଭାରତର ବିକାଶରେ ସହାୟକ ହେବ' ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତାରେ ୬ ଟି ସ୍କୁଲର ୬ ଜଣ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ବର୍ତ୍ତମାନ ସମୟରେ ନାରୀ ଓ ପୁରୁଷ ସବୁ ସମାନ।ନାରୀ ଆଜି ଅବଳା ଦୁର୍ବଳା ନୁହଁନ୍ତି।ନାରୀ ଦେଶର ବିଭିନ୍ନ ବଡ ବଡ ପଦପଦବୀ ରେ ରହୁଥିବା ବେଳେ ଆକାଶରେ ଲଢ଼ୁଆ ବିମାନ ମଧ୍ୟ ଉଡାଉଛି।ମାତ୍ର ଆଜିର ଦିନରେ ସମାଜରେ ଏବେବି ଲିଙ୍ଗଗତ ବୈଷମ୍ୟ ଚାଲୁରହିଛି।ଯାହାଦ୍ୱାରା କନ୍ୟା ସନ୍ତାନଟିଏ ପାଇଲେ ବାପା ମା ମାନେ ତାକୁ ଆଦରରେ ଗ୍ରହଣ କରିବା ବଦଳରେ ମନଉଣା କରୁଛନ୍ତି।ଅନେକ ସମୟରେ ନବଜାତ କନ୍ୟା ଅଳିଆ ଗଦାରେ ମିଳୁଛି ତ କେଉଁଠି କନ୍ୟା ଭୃଣ ହତ୍ୟା କରାଯାଉଛି।ସମାଜରେ ଏ ସବୁ ରୋକିବା ପାଇଁ ଶୁକ୍ରବାର ଭୁବନେଶ୍ୱର ରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳନ କରାଯାଇଛି।

ବ୍ରିଟିଶ ଡେପୁଟି ଉଚାୟୁକ୍ତଙ୍କ ରାଜନୈତିକ ପରାମର୍ଶଦାତା ଅଜିତା ମେନନ ଯୋଗ ଦେଇ ସମାଜରେ ଲିଙ୍ଗଗତ ବୈଷମ୍ୟ ଉପରେ ଆଲୋକପାତ କରିଥିଲେ।ଲିଙ୍ଗଗତ ସମାନତା ଦେଶର ବିକାଶରେ ସହାୟକ ହୋଇପାରିବ,ଏହା ସହିତ କନ୍ୟା ସନ୍ତାନକୁ ସମାଜରେ ଅଗ୍ରାଧିକାର ଦେବା ସହ ସେମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ ବୋଲି କହିଥିଲେ।

ସେହିପରି କାର୍ଯ୍ୟକ୍ରମ ରେ ଭୁବନେଶ୍ୱରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା,ଭୁବନେଶ୍ୱର ର ୧୦ ଟି ସ୍କୁଲ ର ୧୪୫ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୬ ଜଣ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ବିଜେଇଏମ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ତମନ୍ନା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଆମ ସମାଜରେ ନାରୀର ଭୂମିକା ସବୁବେଳେ ରହିଛି।ଲିଙ୍ଗଗତ ସମାନତା ରହିବା ଆବଶ୍ୟକ।ଆଜି ଏ ପ୍ରବନ୍ଧ ପ୍ରତିଯୋଗିତାରେ ପୁରସ୍କୃତ ହୋଇଥିବାରୁ ଅତ୍ୟନ୍ତ ଆନନ୍ଦିତ ବୋଲି ଭୁବନେଶ୍ବର ବିଜେଇଏମ ସ୍କୁଲ ର ଦ୍ୱାଦଶ ଶ୍ରେଣୀର ଛାତ୍ରୀ ତମାନ୍ନା ମହାପାତ୍ର କହିଛନ୍ତି।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କଟକ ମୁନିସିପାଲ କର୍ପୋରେସନ ର କମିଶନର ଅନନ୍ୟା ଦାସ,ଅଭିନେତ୍ରୀ ଭୂମିକା ଦାସ ପ୍ରମୁଖ ଯୋଗ ଦେଇ ନାରୀଙ୍କ ଭୂମିକା ଉପରେ ନିଜ ନିଜର ମତାମତ ଦେଇଥିଲେ।କାର୍ଯ୍ୟକ୍ରମ ଭୁବନେଶ୍ୱର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବ୍ରିଟିଶ ଡେପୁଟି ହାଇ କମିଶନ ଏବଂ ପିକକ ମିଳିତ ସହଯୋଗରେ ଆୟୋଜନ ହୋଇଥିଲା।

Conclusion:
Last Updated : Oct 13, 2019, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.