ETV Bharat / city

UPSC Results: IAS ରାଙ୍କ୍‌ ୬୩, ପରିବେଶ ସୁରକ୍ଷା ଦିଗରେ କାମ କରିବି କହିଲେ କାର୍ତ୍ତିକ - ସିଭିଲ ସର୍ଭିସ ପରୀକ୍ଷା ୨୦୨୧

ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ୬୩ ରାଙ୍କ୍‌ ରହିଛନ୍ତି ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ । ପ୍ରଶାସନିକ ଅଧିକାରୀ ଭାବରେ ସେ ପରିବେଶ ସୁରକ୍ଷା ଦିଗରେ କାମରେ କରିବେ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

UPSC Results: IAS ରାଙ୍କ୍‌ ୬୩, ପରିବେଶ ସୁରକ୍ଷା ଦିଗରେ କାମ କରିବେ କହିଲେ କାର୍ତ୍ତିକ

author img

By

Published : May 30, 2022, 7:16 PM IST

ଭୁବନେଶ୍ବର: ସିଭିଲ ସର୍ଭିସ ପରୀକ୍ଷା ୨୦୨୧ରେ ୬୩ ରାଙ୍କ୍‌ ରହିଛନ୍ତି ଓଡ଼ିଶାର କାର୍ତ୍ତିକ ପାଣିଗ୍ରାହୀ । ପ୍ରଶାସନିକ ଅଧିକାରୀ ଭାବରେ ସେ ପରିବେଶ ସୁରକ୍ଷା ଦିଗରେ କାମରେ କରିବେ ବୋଲି କହିଛନ୍ତି । ଏହି ସଫଳତାର ସିଡ଼ି ଚଢ଼ିବାକୁ ସେ ଅନେକ ସଂଘର୍ଷ କରିଛନ୍ତି ।

UPSC Results: IAS ରାଙ୍କ୍‌ ୬୩, ପରିବେଶ ସୁରକ୍ଷା ଦିଗରେ କାମ କରିବେ କହିଲେ କାର୍ତ୍ତିକ

ସୋନପୁର ଜିଲ୍ଲା ବାସିନ୍ଦା ହେଉଛନ୍ତି କାର୍ତ୍ତିକ ପାଣିଗ୍ରାହୀ । UPSC ପରୀକ୍ଷାରେ ସେ ୬୩ ରାଙ୍କ୍‌ରେ ରହିଛନ୍ତି । ୨୦୧୯ରୁ ସେ ସିଭିଲ୍‌ ସର୍ଭିସ ପରୀକ୍ଷା ପାଇଁ ପରିଶ୍ରମ କରି ଆସୁଥିଲେ । ଆଜି ଏହି ଉପଲବ୍ଧି ହାସଲ କରିବା କରିବା ସମସ୍ତ ସଫଳତାର ଶ୍ରେୟ ସେ ନିଜ ପରିବାର, ଗୁରୁଙ୍କୁ ଦେଇଛନ୍ତି । ଏଭଳି ଏକ ସଫଳତା ପାଇବା ପରେ ସେ ଆତ୍ମବିଭୋର ହୋଇ ଉଠିଛନ୍ତି । ମେନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ସେ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସେ ଇଣ୍ଟରଭ୍ୟୁକୁ ନେଇ ଚିନ୍ତାରେ ଥିଲେ । ତେବେ ନିଜ କଠିନ ପରିଶ୍ରମ ବଳର ସମସ୍ତ ବାଧାରୁ ସେ ପାର୍‌ ପାଇଛନ୍ତି ।

ଜଣେ ପ୍ରଶାସନିକ ଅଧିକାରୀ ଭାବରେ ସେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳତାର ସହ ମୁକାବିଲା, କ୍ଲାଇମେଟ ଚେଞ୍ଜ୍‌ ଓ ପରିବେଶକୁ ରକ୍ଷା କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଆଶାୟୀଙ୍କୁ କାର୍ତ୍ତିକ କହିଛନ୍ତି ଯେ, "କଠିନ ପରିଶ୍ରମ ଜାରି ରଖନ୍ତୁ କେବେ ବି ହାର ମାନନ୍ତୁ ନାହିଁ । ବାରମ୍ବାର ବିଫଳ ହେବାପରେ ନିଶ୍ଚିତ ସଫଳତା ହାସଲ ହେବ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.