ETV Bharat / city

ରାଜ୍ୟରେ ବଢୁଛି ସଂକ୍ରମଣ, କାଲିଠୁ ଘରକୁ ଘର ବୁଲି ହେବ ରୋଗୀ ଚିହ୍ନଟ

author img

By

Published : Jun 20, 2022, 4:05 PM IST

Updated : Jun 20, 2022, 4:24 PM IST

ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ ବଢିବାରେ ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ଆସନ୍ତାକାଲିଠୁ ଘର ଘର ବୁଲି ରୋଗୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ସଂକ୍ରମଣ, କାଲିଠୁ ଘରକୁ ଘର ବୁଲି ହେବ ରୋଗୀ ଚିହ୍ନଟ
ରାଜ୍ୟରେ ବଢୁଛି ସଂକ୍ରମଣ, କାଲିଠୁ ଘରକୁ ଘର ବୁଲି ହେବ ରୋଗୀ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ବଢିବାରେ ଲାଗିଛି ସଂକ୍ରମଣ । କୋଭିଡ ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର । ପୁରୁଣା ଷ୍ଟ୍ରାଟେଜି ଆପଣେଇଛୁ । ଟିକା ଓ ସର୍ଭେଲାନ୍ସ ଜୋରଦାର ହୋଇଛି। ଆସନ୍ତାକାଲିଠୁ ଇଣ୍ଟିଗ୍ରେଟେଡ ସର୍ଭେଲାନ୍ସ, ଘର ଘର ବୁଲି ରୋଗୀ ଚିହ୍ନଟ ହେବ । ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୫୦ ନିକଟତର ହୋଇଛି । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ,“ଏବେ କୋଭିଡ ସଂକ୍ରମଣ ଧୀରେ ଧୀରେ ରାଜ୍ୟରେ ବଢୁଛି । ରାଜ୍ୟରେ ବିପଦପୂର୍ଣ୍ଣ ପରିସ୍ଥିତି ନାହିଁ । ନିଜର ସୁରକ୍ଷା ନିଜେ ନିଅନ୍ତୁ । ଭିଡ଼ ସ୍ଥାନକୁ ଯାଆନ୍ତୁ ନାହିଁ । ଭିଡ ଜାଗାକୁ ଯାଉଥିଲେ, ମାସ୍କ ପିନ୍ଧନ୍ତୁ । ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ । ତାହେଲେ ଆପଣ ସୁରକ୍ଷିତ ରହିବେ। ବର୍ତ୍ତମାନ କୋଭିଡକୁ ନିୟନ୍ତ୍ରଣ କରିବାକୁ ପୁରୁଣା ଷ୍ଟ୍ରାଟେଜି ଆପଣେଇଛୁ । ଟୀକାକରଣ ସହ ସର୍ଭେଲାନ୍ସକୁ ଜୋରଦାର କରାଯାଇଛି ।"

ଏହା ବି ପଢନ୍ତୁ- Odisha Corona: ଦିନକରେ ୪୬ ନୂଆ ସଂକ୍ରମିତ

ଜୁନ ୨୧ ତାରିଖ ବା ଆସନ୍ତାକାଲିଠାରୁ ଇଣ୍ଟିଗ୍ରେଟେଡ଼ ସର୍ଭେଲାନ୍ସ ଆରମ୍ଭ ହେବ । ଏଥିରେ ଘର ଘର ବୁଲି ରୋଗୀଙ୍କୁ ଚିହ୍ନଟ କରାଯିବ । ଚିହ୍ନଟ ରୋଗୀଙ୍କୁ ଆଇସୋଲେସନ କରାଯାଇ ଚିକିତ୍ସା କରାଯିବ । ଲ୍ୟାବ ଟେଷ୍ଟ, RRT, ସର୍ଭେଲାନ୍ସ ଆଦିରେ ଆବଶ୍ୟକ ମାନବ ସମ୍ବଳ ବଢାଇବାକୁ ସବୁ ମେଡିକାଲ କଲେଜକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 20, 2022, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.