ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇନଟାକର ଚିଠି

author img

By

Published : May 14, 2022, 8:47 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଇନଟାକ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇନଟାକର ଚିଠି
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇନଟାକର ଚିଠି

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରତ୍ୟେକ ଦିନକୁ ଦିନ ନୂତନ ମୋଡ଼ ନେଉଛି । ପ୍ରକଳ୍ପ କାର୍ଯ୍ୟ ବନ୍ଦ ରଖିବା ଲାଗି ବିଭିନ୍ନ ସଂଗଠନ ଦାବି କରୁଥିବାବେଳେ ଏବେ ସାମ୍ନାକୁ ଆସିଛି ଇନଟାକ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ଇନଟାକ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି । ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଇନଟାକର ଓଡ଼ିଶା ଆବାହକ ଅବସରପ୍ରାପ୍ତ IPS ଅଧିକାରୀ ଅମୀୟଭୂଷଣ ତ୍ରିପାଠୀ ।

ଇନଟାକର ଓଡ଼ିଶା ଆବାହକ ଚିଠିରେ ଲେଖିଛନ୍ତି ଯେ ASIର ଅନୁମତି ନିଆନଯାଇ ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳର ୧୦୦ ଫୁଟ୍ ଦୂରତା ଭିତରେ ନିର୍ମାଣ କାର୍ଯ୍ୟ ହେଉଛି । ଏହାକୁ ନେଇ ରାଜନୈତିକ ବାଦ ବିବାଦ ଲାଗି ରହିଛି । ଫଳରେ ଜଗନ୍ନାଥଙ୍କ ଭକ୍ତମାନଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଏ ନେଇ ହୋଇଥିବା ଜନସ୍ବାର୍ଥ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କାମ ସ୍ଥଗିତ ରହିବା ଉଚିତ ବୋଲି ଚିଠିରେ ଦର୍ଶାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଇନଟାକ୍ ଓଡ଼ିଶା ଚାପ୍ଟର୍ ଆବାହକ ଅମିୟଭୂଷଣ ତ୍ରିପାଠୀ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର 100 ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ହେଲେ ମେଘନାଦ ପାଚେରୀ ଉପରେ ପ୍ରଭାବ ପଡ଼ିବ । ମେଘନାଦ ପାଚେରୀକୁ ଲାଗି ଖନନ ହେଉଥିବାରୁ ଏହାର ପ୍ରଭାବ ରହିବ ବୋଲି ଏଏସଆଇ ଇମ୍ପାକ୍ଟ ରିପୋର୍ଟରେ କହିଛି । ପ୍ରକଳ୍ପ ଆରମ୍ଭରୁ ଆମସର ଆକ୍ଟ ଯାହା ଉଲ୍ଲଘଂନ ହୋଇଛି । 9 ତାରିଖରେ ହାଇକୋର୍ଟ ASIକୁ ଆଉ ଏକ ରିପୋର୍ଟ ମାଗିଛନ୍ତି । ASI ପରବର୍ତ୍ତୀ ରିପୋର୍ଟ ଦେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖାଯାଉ ବୋଲି ସେ ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି । କାରଣ ଏଏସଆଇ 100 ମିଟର ପରିସର ମଧ୍ୟରେ କେବଳ ଶୌଚାଳୟ ପାଇଁ ଅନୁମତି ଦେବ ।

ଜଗନ୍ନାଥ ଏବେ ବିବାଦକୁ ଆସିଥିବାରୁ ରାଜ୍ୟବାସୀ ଚିନ୍ତିତ ଅଛନ୍ତି । ଜଣେ ଐତିହ୍ୟ ପ୍ରେମୀ ଭାବେ ହାଇକୋର୍ଟ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିର୍ମାଣ ବନ୍ଦ ରଖନ୍ତୁ ବୋଲି ସେ ଅପିଲ କରିଛନ୍ତି । ଆମସର ଆକ୍ଟ ପରିସର ମଧ୍ୟରେ ଯାହା କରିବା କଥା କରନ୍ତୁ । ହାଇକୋର୍ଟ ଷ୍ଟେ ଅର୍ଡର ଦେଇ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଅପିଲ କରିଛି । ଗଜପତି ମହାରାଜା ମୂଳରୁ ମନା କରିଥିଲେ ଆଜି ଏପରି ହୋଇନଥାନ୍ତା । ଗଜପତି କିପରି ରାଜି ହେଲେ ତାହା ଆଶ୍ଚର୍ଯ୍ୟ କରୁଛି ବୋଲି କହିଛନ୍ତି ଅମିୟ ଭୂଷଣ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.