ETV Bharat / city

ବୟସ୍କ ଓ ଅନ୍ୟାନ୍ୟ ରୋଗୀଙ୍କ ଟୀକାକରଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

author img

By

Published : Feb 24, 2021, 7:04 PM IST

ବୟସ୍କ ଓ ଅନ୍ୟାନ୍ୟ ରୋଗୀଙ୍କ ଟୀକାକରଣ ଲାଗି ଗାଇଡ଼ଲାଇନ ଜାରି । ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଲେ ଅତିରିକ୍ତ ଶାସନ ସଚିବ । ଅଧିକ ପଢନ୍ତୁ...

Instructions should be given to vaccinate the elderly and other patients
ବୟସ୍କ ଓ ଅନ୍ୟାନ୍ୟ ରୋଗୀଙ୍କ ଟୀକାକରଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ବୟସ୍କ ଓ ଅନ୍ୟାନ୍ୟ ରୋଗୀଙ୍କ ଟୀକାକରଣ ଲାଗି ଗାଇଡ଼ଲାଇନ ଜାରି ହୋଇଛି । ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଅଗାମୀ ପର୍ଯ୍ୟାୟରେ ଟୀକାକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ମାସରୁ ଏହି ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ । ଟୀକାକରଣ ସେବା ଯୋଗାଇବା ପାଇଁ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ୍, ଜିଲ୍ଲା ହେଡ୍ କ୍ବାର୍ଟର ହସ୍ପିଟାଲ୍, ସବ୍-ଡିଭିଜନାଲ ହସ୍ପିଟାଲ୍, CHCS, PHC, ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର ଏବଂ ସବ ସେଣ୍ଟର ଇତ୍ୟାଦି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ୍ତ । ଏ ନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ 28 ଫେବୃଆରୀ 2021 ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ୍ତ ।

ଟୀକାକରଣ ଲାଗି ବ୍ୟବସ୍ଥା : -
1. ରବିବାରକୁ ବାଦ ଦେଇ ସପ୍ତାହରେ ପାଞ୍ଚ ଦିନ ପାଇଁ ଟୀକାକରଣ ବ୍ୟବସ୍ଥା ।
2. ଟୀକାକରଣକାରୀ ଏବଂ ଯାଞ୍ଚକାରୀ ଚିହ୍ନଟ କରି ସେମାନଙ୍କୁ ତାଲିମ ପ୍ରଦାନ କରିବେ ।
3. ପ୍ରତ୍ୟେକ ବ୍ଲକବ ସହରାଞ୍ଚଳରେ 6 ରୁ 7 ମୋବାଇଲ ଟୀକାକରଣ ଦଳ ଗଠନ କରିବେ ।
4. ସ୍ୱାସ୍ଥ୍ୟ ଅନୁଷ୍ଠାନ ଯଥା PHC / UPHC ପର୍ଯ୍ୟନ୍ତ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ମଧ୍ୟ ଟୀକାକରଣ ଲାଗି ବ୍ୟବସ୍ଥା କରିବେ ।
5. ନିୟମିତ ସ୍ୱାସ୍ଥ୍ୟ ବ୍ୟବସ୍ଥାରୁ ANM ମାନଙ୍କୁ ଟୀକାକରଣ ପାଇଁ ନିୟୋଜିତ କରିବେ ନାହିଁ । କାରଣ ସେମାନେ ଅନ୍ୟାନ୍ୟ ରୋଗୀ ସେବାରେ ସାମିଲ ଅଛନ୍ତି ।
6. ଟିକା ଏବଂ ଲଜିଷ୍ଟିକ୍ ଯୋଗାଣ, ଟୀକାକରଣ ଦଳ ପାଇଁ ଯିବା ଆସିବା ଲାଗି ବ୍ୟବସ୍ଥା କରିବେ । ଟୀକାକରଣରେ ଯେମିତି ବ୍ୟାଘାତ ନହୁଏ ଏହାର ମଇକ୍ରୋ ମ୍ୟାନେଜମେଣ୍ଟ କରିବେ ।
7. ଟୀକାକରଣ ସ୍ଥିତିକୁ ଅପଡେଟ କରିବା ଏବଂ ଟୀକାକରଣ ପ୍ରମାଣପତ୍ର ପ୍ରଦାନ ପାଇଁ ଅଧିବେଶନ ସାଇଟରେ ଲାପଟପ/ଡେସ୍କଟପ୍ ପ୍ରଦାନ କରାଯିବ ।

ରାଜ୍ୟରେ 16 ଜାନୁୟାରୀରୁ ଟୀକାକରଣ ଆରମ୍ଭ ହୋଇଥିଲା । ରବିବାରକୁ ବାଦ ଦେଇ 30 ଦିନ ମଧ୍ୟରେ 5 ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ସେବା ଓ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଟିକା ଦିଆଯାଇଛି । ତଥାପି, ସମୟସୀମା ମଧ୍ୟରେ ସମସ୍ତ ଅବଶିଷ୍ଟ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକାକରଣରେ ସାମିଲ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.