ETV Bharat / city

ILS ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ ପରିଡାଙ୍କ ପରଲୋକ

author img

By

Published : Jul 19, 2022, 10:20 AM IST

Updated : Jul 19, 2022, 12:36 PM IST

ଗୌହାଟୀରେ ଚିକିତ୍ସାଧୀନ ଅବସ୍ଥାରେ ILS ନିର୍ଦ୍ଦେଶକ ଅଜୟ ପରିଡାଙ୍କ ପରଲୋକ ହୋଇଛି । ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଆଏଲଏସ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ଅଜୟ ପରିଡାଙ୍କ ପରଲୋକ
ଅଜୟ ପରିଡାଙ୍କ ପରଲୋକ

ଭୁବନେଶ୍ବର: ଆଇଏଲଏସ (Institute of Life Sciences) ଭୁବନେଶ୍ବର ନିର୍ଦ୍ଦେଶକ ପଦ୍ମଶ୍ରୀ ଡାକ୍ତର ଅଜୟ କୁମାର ପରିଡାଙ୍କ ଦେହାନ୍ତ ହୋଇଛି । ଗୌହାଟୀରେ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ILS ନିର୍ଦ୍ଦେଶକ । ସେଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଆଏଲଏସ ପକ୍ଷରୁ ସୂଚନା ମିଳିଛି । ତାଙ୍କର ଏପରି ଆକସ୍ମିକ ଦେହାନ୍ତ ପରିବାର ସଦସ୍ୟଙ୍କ ସମେତ ରାଜ୍ୟବସୀଙ୍କୁ ସ୍ତବ୍ଧ କରିଛି । ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ଡାକ୍ତର ଅଜୟ ପରିଡା । ସେଠାରେ ରହୁଥିବା ହୋଟେଲ ରୁମ୍‌ରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ।

  • ILS ର ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ବିୟୋଗ ଜନିତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ମହାମାରୀ କରୋନା ସମୟରେ ତାଙ୍କର ସୁଚିନ୍ତିତ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା l

    — Biswa Bhusan Harichandan (@BiswabhusanHC) July 19, 2022 " class="align-text-top noRightClick twitterSection" data=" ">

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଜୟ କୁମାର ପରିଡ଼ା ଜଣେ ଅମାୟିକ, ନିଷ୍କପଟ ଓ ଜ୍ଞାନୀ ବ୍ୟକ୍ତିତ୍ବ ଥିଲେ । ତାଙ୍କ ବିୟୋଗ ସମଗ୍ର ରାଜ୍ୟବାସୀଙ୍କୁ ଏକ ଝଟକା ଦେଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏହାସହ ଟି.ଏସ ସାଧାସିବମ ମେମୋରିଆଲ ପୁରସ୍କାର ମାଡ୍ରାସ ସାଇନ୍ସ ଫାଉଣ୍ଡେସନ, ଭାରତ ସରକରାଙ୍କ ପକ୍ଷରୁ ବାୟୋଟେକ୍ନୋଲୋଜି ବିଭାଗରେ ଟାଟା ଇନୋଭେସନ ଫେଲୋସିପ ପ୍ରଦାନ କରାଯାଇଥିଲା ।

  • ଖ୍ୟାତିସମ୍ପନ୍ନ ଭାରତୀୟ ଜୀବବିଜ୍ଞାନୀ, ଆଇଏଲ୍ଏସର ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡ଼ା. ଅଜୟ କୁମାର ପରିଡ଼ାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । କରୋନା ସଂକ୍ରମଣ ବଢୁଥିବା ବେଳେ ସେ ସମୟରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ ଥିଲା ।

    — Dharmendra Pradhan (@dpradhanbjp) July 19, 2022 " class="align-text-top noRightClick twitterSection" data=" ">

ଅଜୟ ପରିଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ । ଟ୍ବିଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, "ଖ୍ୟାତିସମ୍ପନ୍ନ ଭାରତୀୟ ଜୀବବିଜ୍ଞାନୀ, ଆଇଏଲ୍ଏସର ନିର୍ଦ୍ଦେଶକ ତଥା ପଦ୍ମଶ୍ରୀ ଡ଼ା. ଅଜୟ କୁମାର ପରିଡ଼ାଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । କୋରୋନା ସଂକ୍ରମଣ ବଢୁଥିବା ବେଳେ ସେ ସମୟରେ ତାଙ୍କର କାର୍ଯ୍ୟ ପ୍ରଶଂସନୀୟ ଥିଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ।"

ସେହିପରି ଟ୍ବିଟ କରି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି, "ILS ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ମହାମାରୀ କୋରୋନା ସମୟରେ ତାଙ୍କର ସୁଚିନ୍ତିତ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।"

ଯାଜପୁରର ଭଗବାନପୁରରେ ଜନ୍ମ ଗ୍ରହଣ କରିଥିଲେ ଅଜୟ ପରିଡ଼ା । ବିଜ୍ଞାନ ଓ କୃଷି କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ଭାରତ ସରକାର । କ୍ୟାରିଅରର ପ୍ରାଥମିକ ପର୍ଯ୍ୟାୟରେ କୃଷି ଉପରେ ବହୁ ଗବେଷଣା କରିଥିଲେ । ILS ପ୍ରତିଷ୍ଠା ହେବାପରଠୁ ତାର ନିର୍ଦ୍ଦେଶକ ପଦରେ ଦାୟିତ୍ବ ତୁଲାଇ ଆସୁଥିଲେ ଅଜୟ ପରିଡ଼ା । ଜିନମ ସିକୁଏନ୍ସିଂ ସହ ବହୁ ଗବେଷଣା ଦାୟିତ୍ବ ତୁଲାଉଥିଲେ । ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ସମେତ ସାଧାରଣ ଲୋକଙ୍କୁ ମଧ୍ୟ ବହୁ ଉପାଦେୟ ଉପଦେଶ ଦେଉଥିଲେ । କୋରୋନାକୁ ନ ଡରି ତାର ମୁକାବିଲା କରି ହେବ ତାହାର ମନ୍ତ୍ର ରାଜ୍ୟବାସୀଙ୍କୁ ଦେଇ ଘରେ ଘରେ ପରିଚିତ ହୋଇଥିଲେ ILS ନିର୍ଦ୍ଦେଶକ ଅଜୟ କୁମାର ପରିଡା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 19, 2022, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.