ETV Bharat / city

ଛତିଶଗଡ ସୀମାନ୍ତ ରାଜ୍ୟର ଦୁଇ ଜିଲ୍ଲାରେ ଖସୁଛି ସଂକ୍ରମଣ, ଶୂନ ପ୍ରତିଶତ TPR - କୋରୋନା ସଂକ୍ରମଣ

ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ହାର ଖସୁଥିବା ବେଳେ ଛତିଶଗଡ ନିକଟବର୍ତ୍ତୀ ୨ ଜିଲ୍ଲାରେ ଶୂନ୍ ପ୍ରତିଶତ ରହିଛି କୋରୋନା ଟିପିଆର । ଅଧିକ ପଢନ୍ତୁ...

ଛତିଶଗଡ ସୀମାନ୍ତ ଦୁଇ ଜିଲ୍ଲାରେ ଖସିବାରେ ଲାଗିଛି ସଂକ୍ରମଣ

author img

By

Published : Jul 26, 2021, 4:44 PM IST

ଭୁବନେଶ୍ବର: ପ୍ରଥମେ ରେଡ ଜୋନ୍ ପରେ ଗ୍ରୀନ ଆଉ ଏବେ ହ୍ବାଇଟ । ଦ୍ବିତୀୟ ଲହରରେ ସ୍ବାସ୍ଥ୍ୟ ବିଭାଗ ପାଇଁ ଆଶ୍ବସ୍ତିକର ଖବର । ଛତିଶଗଡ ସୀମାନ୍ତ ଦୁଇ ଜିଲ୍ଲାରେ ଜିରୋ ପ୍ରତିଶତ ରହିଛି ଟିପିଆର(TPR)। ରାଜ୍ୟରେ ପ୍ରଥର ଥର ପାଇଁ କୋରୋନା ସଂକ୍ରମଣ 1637କୁ ଖସିଛି। ଜିଲ୍ଲାବାସୀଙ୍କ ପାଇଁ ଆଶ୍ବସ୍ତିକର କଥା ହେଉଛି ବୌଦ୍ଧ ଓ ନୂଆପଡା ଜିଲ୍ଲାରେ ଟିପିଆର ଶୂନ ପ୍ରତିଶତକୁ ଖସିଆସିଛି । ଆଉ ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ଟିପିଆର ଏବେ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ନେଇ ତୃତୀୟ ଲହର ଏତେ ଶୀଘ୍ର ଆସି ନ ପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ଆଶା ରଖିଛି ।

ଛତିଶଗଡ ସୀମାନ୍ତ ଦୁଇ ଜିଲ୍ଲାରେ ଖସିବାରେ ଲାଗିଛି ସଂକ୍ରମଣ
ଛତିଶଗଡ ସୀମାନ୍ତ ଦୁଇ ଜିଲ୍ଲାରେ ଖସିବାରେ ଲାଗିଛି ସଂକ୍ରମଣ

ସୋମବାର ରାଜ୍ୟ ରେ କୋରୋନା ସଂକ୍ରମଣ ଖସି 1637ରେ ପହଞ୍ଚିଛି । ସେପଟେ ଛତିଶଗଡ ସୀମାନ୍ତ ଜିଲ୍ଲା ଗୁଡିକରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି । ଯାହାକୁ ନେଇ ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ସଂକ୍ରମଣ ଖୁବ ଶୀଘ୍ର କମିବ ବୋଲି ଆଶା କରାଯାଉଛି । ଯଦିଓ ତୃତୀୟ ଲହରକୁ ନେଇ ସଚେତନ ରହିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

ତଥାପି ସ୍ବାସ୍ଥ୍ୟ ବିଭାଗ କହୁଛି ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ । କେବେ ଆସିବ ଓ କଣ ରହିବ ତାହାର ପ୍ରଭାବ ସେନେଇ ଵିଶେଷ ସୂଚନା ନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି 1600ରୁ 2000 ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖା ଯାଇଛି । କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି ।

ତେବେ କୋରୋନା ସଂକ୍ରମଣ କମିବା ସହ ଅନେକ ଜିଲ୍ଲା ଗ୍ରୀନରୁ ହ୍ବାଇଟ ହେବାକୁ ଯାଉଛି । ଗତ କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣ ତଳକୁ ଖସୁଥିବା ବେଳେ ଏହା ଖୁବ ଶୀଘ୍ର ହ୍ବାଇଟ ଷ୍ଟେଜକୁ ଆସିବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.