ନୂଆଦିଲ୍ଲୀ: ଦିଲ୍ଲୀ ପରି ମୁମ୍ବାଇ ରୋଡ ସୋ ମଧ୍ୟ ଅତି ଉତ୍ସାହଜନକ ହୋଇଛି । ଓଡିଶାରେ ପୁଞ୍ଜିନିବେଶ ଲାଗି ରୋଡ ସୋ'ରେ ମିଳିଛି ଅନେକ ପ୍ରତିଶ୍ରୁତି । ଯଦି ଦିଲ୍ଲୀ ଓ ମୁମ୍ବାଇକୁ ମିଶାଇ 20 ପ୍ରତିଶତ ପୁଞ୍ଜିନିବେଶ ହୁଏ, ତେବେ 2018 ମେକ ଇନ ଓଡ଼ିଶା ସଂସ୍କରଣଠାରୁ ଅଧିକ ହେବ । ଏହା କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ।
ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୈତିକ ରାଜଧାନୀ ମୁମ୍ବାଇ ରୋଡ଼ ସୋ ରେ 250 ଶିଳ୍ପ ପ୍ରତିନିଧିଙ୍କ ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ । ମେକ ଇନ ଓଡ଼ିଶା ଲାଗି ଉତ୍ସାହ ବଢ଼ିଥିବାରୁ 200 ଅଧିକ ସିଟ ପକେଇବାକୁ ପଡ଼ିଲା । 456 କ୍ଷୁଦ୍ର, ମଧ୍ୟମ ଓ ବୃହତ ଶିଳ୍ପ ପ୍ରତିନିଧି ଆବେଦନ ଆସିଥିଲା । ଭାରତୀୟ ଶିଳ୍ପ ବଜାରର ବଡ଼ ପ୍ଲେୟାର ବିର୍ଲା, ବେଦାନ୍ତ, ମହିନ୍ଦ୍ରା ପ୍ରମୁଖଙ୍କ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଓ୍ବାନ ଟୁ ଓ୍ବାନ ଆଲୋଚନା ଦିନ 11 ରୁ 1 ଓ ସନ୍ଧ୍ୟା 5ରୁ 6 ଚାଲିଥିଲା । ସନ୍ଧ୍ୟା 7ରେ ରୋଡ଼ ସୋ କରାଯାଇ ଶିଳ୍ପପତିଙ୍କୁ ମେକ ଇନ ଓଡ଼ିଶା ଲାଗି ଆମନ୍ତ୍ରଣ କରାଯାଇଛି ।
ଅନ୍ୟ ରାଜ୍ୟ ଯାହା ସହଯୋଗ ଦେଉଛନ୍ତି, ଓଡ଼ିଶା ତାହାର ପ୍ଲସ ଦେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଦିଲ୍ଲୀ ଓ ମୁମ୍ବାଇରୁ ଯଦି ମିଳିତ ଭାବେ 20 ପ୍ରତିଶତ ପୁଞ୍ଜିନିବେଶ ହୁଏ, 2018 ସଂସ୍କରଣ ଅପେକ୍ଷା ଅଧିକ ନିବେଶ ହେବାର ସମ୍ଭାବନା ଦେଖାଦେବ । ରାଜ୍ୟରେ ସ୍ଥିର ସରକାର, କଞ୍ଚାମାଲ, ଭିତ୍ତିଭୂମୀ, ବିଦ୍ୟୁତ ସର୍ପଲସ ଓ ଦକ୍ଷ ଯୁବକ ଯୁବତୀ ଅଛନ୍ତି । ଛୁଞ୍ଚି, ଟିଏମଟି ବାର, କ୍ଷୁଦ୍ରରୁ ମଧ୍ୟମ ଶିଳ୍ପ ରାଜ୍ୟ ସରକାର ଦ୍ବାରା ଖୋଲା ଅଛି ।
ଇଟିଭି ଭାରତ, ଭୁବନେଶ୍ବର