ଭୁବନେଶ୍ବର: ଇଣ୍ଡୋନେସିଆରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା। ବିମାନ ନିଖୋଜ ନେଇ ମୁଖ୍ୟମନ୍ତ୍ରୀ ନବୀନ ଦୁଃଖ ପ୍ରକାଶ କରିଛନ୍ତି। ''ବିମାନ ନିଖୋଜ ଖବର ଶୁଣି ମୁଁ ଚିନ୍ତିତ, ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ସମସ୍ତ ଯାତ୍ରୀଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ମୋର କାମନା ରହିଛି ବୋଲି ନବୀନ କହିଛନ୍ତି। ''
-
Concerned to know about the disappearance of Indonesia's Sriwijaya Air Flight 182. Praying for the safety of the passengers on board. My thoughts & prayers are with their families and friends. #SJ182
— Naveen Patnaik (@Naveen_Odisha) January 10, 2021 " class="align-text-top noRightClick twitterSection" data="
">Concerned to know about the disappearance of Indonesia's Sriwijaya Air Flight 182. Praying for the safety of the passengers on board. My thoughts & prayers are with their families and friends. #SJ182
— Naveen Patnaik (@Naveen_Odisha) January 10, 2021Concerned to know about the disappearance of Indonesia's Sriwijaya Air Flight 182. Praying for the safety of the passengers on board. My thoughts & prayers are with their families and friends. #SJ182
— Naveen Patnaik (@Naveen_Odisha) January 10, 2021
ସୂଚନା ଥାଉକି, ଇଣ୍ଡୋନେସିଆରେ ଶ୍ରୀବିଜୟା ଏୟାରଲାଇନ୍ସର ଏକ ବିମାନ ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ର ଗର୍ଭକୁ ଖସି ପଡ଼ିଥିଲା। ଏହି ବିମାନରେ ୬ ଜଣ ଶିଶୁ ଏବଂ ୬ ଜଣ ପରିଚାଳକ ଦଳ ସଦସ୍ୟ ସମେତ ମୋଟ ୬୨ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ବର୍ତ୍ତମାନ ଖୋଜାଖୋଜି ସମୟରେ ବିମାନର କିଛି ଅଂଶ ସହ ମଣିଷଙ୍କ ଦେହାବଶେଷ ମିଳିଥିବା ସୂଚନା ରହିଛି। ତେବେ ଜାକର୍ତା ଏୟାରପୋର୍ଟରୁ ବିମାନଟି ଅପରାହ୍ନ ୨ଟା ୩୦ରେ ଉଡ଼ାଣ ଆରମ୍ଭ କରିବାର ୪ ମିନିଟ୍ ପରେ ୧୦ ହଜାର ଫୁଟ ଉଚ୍ଚରେ ହଠାତ ସମସ୍ତ ସଂପର୍କ ଛିନ୍ନ ହୋଇଥିଲା। ଏହାର କିଛି ସମୟ ପରେ ସମୁଦ୍ରରେ ଖସି ପଡିଥିଲା।