ଭୁବନେଶ୍ବର: ମହିଳା ମଧ୍ୟ ନାରୀଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି। ପୁରୁଷ କ୍ରିକେଟ ଖେଳାଳିଙ୍କ ଭଳି ମହିଳା ଖେଳାଳି ମଧ୍ୟ କମ୍ ନାହାନ୍ତି। ସେମାନେ କ୍ରିକେଟ ପଡିଆରେ ନିଜର ଉତ୍ତମ ପ୍ରଦର୍ଶନ ବଳରେ ଅନେକ କୀର୍ତ୍ତିସ୍ଥମ୍ଭ ସ୍ଥାପନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି।
ତଥାପି ମଧ୍ୟ ସେମାନଙ୍କୁ ପୁରୁଷ ଖେଳାଳିଙ୍କ ତୁଳନାରେ ମର୍ଯ୍ୟାଦା ମିଳିପାରିନାହିଁ। ଯାହାକୁ ପୂରଣ କରିବା ପାଇଁ ଓମେନ୍ସ କ୍ରିକ ଜୋନ ମାଗାଜିନ ପ୍ରଚେଷ୍ଟା ଆରମ୍ଭ କରିଛି । କେବଳ ମହିଳା କ୍ରିକେଟ ଉପରେ ଜନସାଧାରଣଙ୍କ ନିକଟରେ ଖବର ପ୍ରସାରଣ କରିବା ସହ ସେମାନଙ୍କ କୃତିତ୍ବକୁ ସମ୍ମାନ ଜଣାଇ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ତେଣୁ ମଙ୍ଗଳବାର ମାଗାଜିନର ଦ୍ବିତୀୟ ସଂସ୍କରଣ ସ୍ଥାନୀୟ ଏକ ହୋଟେଲରେ କରାଯିବା ସହ ମହିଳା କ୍ରିକେଟ ସହ ଜଡିତ ବ୍ୟକ୍ତିବିଶେଷ ଓ କ୍ରୀଡ଼ାବିତଙ୍କୁ ସମ୍ମାନିତ କରାଯାଇଥିବା ମାଗାଜିନର ସିଇଓ ୟଶ ପ୍ରକାଶ କରିଛନ୍ତି।
ଦ୍ବିତୀୟ ସଂସ୍କରଣରେ ଇଂଲଣ୍ଡ ଖେଳାଳି ସାରା ଟେଲରଙ୍କୁ ପ୍ରଚ୍ଛଦ ପଟରେ ସ୍ଥାନ ମିଳିଥିବା ବେଳେ ଭିତର ପୃଷ୍ଠାରେ ଅନ୍ୟାନ୍ୟ ବିଷୟ ଉପରେ ଉପସ୍ଥାନା କରାଯାଇଛି। ଏହି ଉତ୍ସବରେ ଭାରତୀୟ ମହିଳା ଦଳର ଉପଅଧିନାୟିକା ସ୍ମୃତି ମାନ୍ଧାନାଙ୍କୁ ବେଷ୍ଟ ବ୍ୟାଟ୍ସ ମ୍ୟାନ, ପୁନମ ଯାଦବଙ୍କୁ ବେଷ୍ଟ ବୋଲର ଓ ଦୀପ୍ତି ଶର୍ମାଙ୍କୁ ବେଷ୍ଟ କ୍ରିକେଟର ଭାବେ ସମ୍ମାନିତ କରାଯାଇଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ