ETV Bharat / city

ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ସ୍ପେନ ଓ ଗୁଆଟେମାଲାରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ

author img

By

Published : Oct 18, 2022, 10:55 PM IST

ସ୍ପେନ୍‌ରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଦିନେଶ କୁମାର ପଟ୍ଟନାୟକ ଏବଂ ଗୁଆଟେମାଲାରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ମନୋଜ କୁମାର ମହାପାତ୍ର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ପରିଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

Indian ambassadors of spain and Guatemala visited Warl Skill Centre in Bhubaneswar
ୱାର୍ଲ୍ ସ୍କିଲ ସେଣ୍ଟର ପରିଦର୍ଶନ କଲେ ସ୍ପେନ ଓ ଗୁଆଟେମାଲାରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ସ୍ପେନ୍‌ ଓ ଗୁଆଟେମାଲାରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ । ସ୍ପେନ୍‌ରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଦିନେଶ କୁମାର ପଟ୍ଟନାୟକ ଏବଂ ଗ୍ଲାଟେମାଲାରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ମନୋଜ କୁମାର ମହାପାତ୍ର ୱାର୍ଲ୍ ୱାର୍ଲ୍ଡ ସେଣ୍ଟର ପରିଦର୍ଶନ କରିଛନ୍ତି । ଉଭୟ ରାଷ୍ଟ୍ରଦୂତ ୱାର୍ଲ୍ଡ ସ୍କିଲ ସେଣ୍ଟରରେ ତାଲିମ ପାଇଁ ଚୟନ ପ୍ରକ୍ରିୟା ବିଷୟରେ ପଚାରି ବୁଝିଛନ୍ତି ।

ସ୍ପେନରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ କୁମାର ପଟ୍ଟନାୟକ ୱାର୍ଲ୍ଡ ସ୍କିଲ ସେଣ୍ଟରକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଓଡିଶା ସ୍କିଲ୍‌ର ହବ୍‌ । କୌଣସି ଆଧୁନିକ ଅର୍ଥନୀତିର ବିକାଶରେ ଦକ୍ଷତା ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଦେଶରେ ପ୍ରତିଭା ବିକାଶର ଏକ ହବ୍‌ ଭାବରେ ଓଡିଶାରେ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ବିକଶିତ ହେବା ଆଶ୍ଚର୍ଯ୍ୟଜନକ ।"

ସେହିଭଳି ଗୁଆଟେମାଲାରେ ରାଷ୍ଟ୍ରଦୂତ ମନୋଜ କୁମାର ମହାପାତ୍ର ୱାର୍ଲ୍ଡ ସ୍କିଲ ସେଣ୍ଟରର ଅତ୍ୟାଧୁନିକ ବୈଷୟିକ ତାଲିମ କେନ୍ଦ୍ର ଦେଖି ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, "ସିଙ୍ଗାପୁର ସରକାରଙ୍କ ସହଭାଗିତାରେ ରାଜ୍ୟ ସରକାର ୱାର୍ଲ୍ଡ ସ୍କିଲ ସେଣ୍ଟରର ବିକାଶ କରିଛନ୍ତି । ଯାହା ଦକ୍ଷତା ବିକାଶ ନିମନ୍ତେ ଓଡ଼ିଶା ପାଇଁ ଆବଶ୍ୟକ ଥିଲା ।"

ଚଳିତ ବର୍ଷ ଆରମ୍ଭ ହୋଇଥିବା ବିୟୁଟି ୱେଲ୍‌ନେସ୍ ସ୍ପା ଓ ହେୟାର ଫେସନ ଡିଜାଇନିଂ ପାଠ୍ୟକ୍ରମ ବିଷୟରେ ଉଭୟ ଅବଗତ ହୋଇଛନ୍ତି । ଏହାକୁ ନେଇ ଭାରତୀୟ ରାଷ୍ଟ୍ରଦୂତ ଖୁସି ବ୍ୟକ୍ତ କରିଛନ୍ତି । ଏହି ଦୁଇଟି ପାଠ୍ୟକ୍ରମରେ ତାଲିମ ନେବା ଫଳରେ ଅଧିକ ନିଯୁକ୍ତି ଏବଂ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ । ୱାର୍ଲ୍ଡ ସ୍କିଲ ସେଣ୍ଟରର ସିଇଓ ରେଘୁ ଜି କହିଛନ୍ତି, "୧୩୪୨.୨ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ପ୍ରତିଷ୍ଠିତ । ଏହି କେନ୍ଦ୍ର ଓଡିଶାର ସ୍କିଲ ଇକୋ ସିଷ୍ଟମ ପାଇଁ ଏକ ପ୍ରାଥମିକ ତାଲିମ ପ୍ରତିଷ୍ଠାନ ଭାବେ କାର୍ଯ୍ୟ କରୁଛି । ଏହା ଆଇଟିଆଇ ଓ ପଲିଟେକନିକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ବୟଂ ସମ୍ପୂର୍ଣ୍ଣ ଅନୁଷ୍ଠାନ ଭାବେ ଭୂମିକା ଗ୍ରହଣ କରିବ ।"

ଏଠାରୁ ତାଲିମ ନେବା ପରେ ପ୍ରଶିକ୍ଷାର୍ଥୀଙ୍କୁ ବିଶ୍ବ ବଜାରରେ ସ୍ଵୀକୃତି ଲାଭ କରିଥିବା ପ୍ରମାଣପତ୍ର ପ୍ରଦାନ କରାଯିବ । ଏହା ସେମାନଙ୍କୁ ବିଶ୍ବବ୍ୟାପୀ ନିଯୁକ୍ତି ପାଇବାରେ ସହାୟକ ହେବ । ଅନ୍ୟମାନଙ୍କ ମଧ୍ୟରେ ପ୍ରିନ୍ସିପାଲ ସଙ୍ଗରନ ଗୋପାଲ, ଇଞ୍ଜିନିୟରିଂ ବିଭାଗର ନିର୍ଦ୍ଦେଶକ ଚିୟକ ଏଙ୍ଗ ଚୁନ, ଏକାଡେମୀ ନିର୍ଦ୍ଦେଶକ ସୁପିହା ନାଗମଲ, ନିର୍ଦ୍ଦେଶକ କେରୱିନ୍ ହିଙ୍ଗ ଓ ଜିଏମ ସଞ୍ଜୟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.