ଭୁବନେଶ୍ବର: ଓଡିଶାର କୋରୋନା ମୁକାବିଲାରେ ନିୟୋଜିତ ପ୍ରମୁଖ ଯୋଦ୍ଧା ମାନଙ୍କୁ ଆକାଶମାର୍ଗରୁ ଶୁଭେଚ୍ଛା । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁଷ୍ପବର୍ଷା କରି ଶୁଭେଚ୍ଛା ଜଣାଇଛି ବାୟୁସେନା । ଯାହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି କିମ୍ସ ହସପିଟାଲରେ କାର୍ଯରତ ସ୍ବାସ୍ଥ୍ୟସେବା କର୍ମଚାରୀ ।
କୋରୋନା ଭାଇରସ ସମଗ୍ର ବିଶ୍ବ ପାଇଁ ସଙ୍କଟ ଭାବେ ଉଭା ହୋଇଛି । ଏଭଳି ସ୍ଥିତିରେ ଜୀବନକୁ ଖାତିର ନକରି କୋରୋନା ରୋଗୀଙ୍କ ସେବା କରୁଛନ୍ତି ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ । ତେଣୁ ସେମାନଙ୍କୁ ଅଧିକ ଉତ୍ସାହିତ କରିବା ପାଇଁ ଆକାଶମାର୍ଗରୁ ଶୁଭେଚ୍ଛା ପୁଷ୍ପବର୍ଷା କରି ଶୁଭେଚ୍ଛା ଜଣାଇଛି ବାୟୁସେନା ।
କିମ୍ସ ହସପିଟାଲରେ ମଧ୍ୟ ଏହି ଅବସରରେ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ, ସୁଇପର, ୱାଚମ୍ୟାନଙ୍କ ସମେତ କୋଭିଡ ହସପିଟାଲର ଅନେକ କର୍ମଚାରୀ ସାମିଲ ହୋଇଛନ୍ତି । ସେମାନଙ୍କୁ ଉତ୍ସାହିତ ପାଇଁ ଆକାଶ ମାର୍ଗରୁ କିମସ ହସପିଟାଲ ପରିସରରେ ଫୁଲ ବର୍ଷା କରାଯାଇଛି । ହେଲିକପ୍ଟର ଜରିଆରେ ଫୁଲ ବର୍ଷା କରାଯାଇ କୋରୋନା ଯୁଦ୍ଧରେ ସାମିଲ ଥିବା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି । ସ୍ବାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀ ମାନେ ଏଥିପାଇଁ ବାୟୁସେନାକୁ ଧନ୍ୟବାଦ ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ