ETV Bharat / city

ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହ, ସରିଲା ଫୁଲ୍‌ ଡ୍ରେସ ପରେଡ ରିହଲସଲ

author img

By

Published : Aug 13, 2022, 4:43 PM IST

ରାଜ୍ୟସ୍ତରୀୟ ପରେଡ ପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଶେଷ ହୋଇଛି ଫୁଲ ଡ୍ରେସ ରିହରସଲ । ଅଧିକ ପଢନ୍ତୁ

Independence Day celebration Full Dress Rehearsal Held In Bhubaneswar
ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ସମାରୋହ,ସରିଲା ଫୁଲ ଡ୍ରେସ ପରେଡ ରିହଲସଲ

ଭୁବନେଶ୍ବର: ଦିନକ ପରେ ଦେଶ ପାଳିବ ୭୫ତମ ସ୍ବାଧିନତା ଦିବସ । ରାଜ୍ୟସ୍ତରୀୟ ସ୍ବାଧିନତା ଦିବସ ପାଳନ ସମାରୋହ(Independence Day Celebration) ପାଇଁ ଶେଷହେଲା ଫାଇନାଲ ପରେଡ ରିହଲସଲ । ସମୀକ୍ଷା କଲେ ପୋଲିସ ଡିଜିଙ୍କ ସହ ଓ ବରିଷ୍ଠ ପୋଲିସ ଅଧିକାରୀ । ସୁରକ୍ଷା ପାଇଁ ପରେଡ ଗ୍ରାଉଣ୍ଡ ବା ପ୍ରଦର୍ଶନୀ ପଡିଆରେ ନିୟୋଜିତ ହେବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ମୁଖ୍ୟମନ୍ତ୍ରୀଙ୍କ ସହ ଭିଭିଆଇପିଙ୍କ ଉପସ୍ଥିତିକୁ ଦୃଷ୍ଟିରେ ‌ରଖି ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ପଡିଆ ଭିତରେ ଓ ବାହାରେ ବନ୍ଧୁକଧାରୀ ପୋଲିସ ମୁତୟନ ରହିବା ସହ ଡଗ୍ ସ୍କ୍ବାଡ ଓ ବମ ସ୍କ୍ବାଡ ମଧ୍ୟ ଉପସ୍ଥିତ ରହିବେ । ସୁରକ୍ଷା ଓ ସଜାଗ ପାଇ ଫାୟାର ଟିମ ସହ ଆମ୍ବୁଲାନସ ମଧ୍ୟ ପ୍ରସ୍ତୁତ ରହିବ । କୋଭିଡ ପାଇଁ ଜନ ସାଧାରଣ ଏବଂ ଛାତ୍ରଛାତ୍ରୀଙ୍କୁ ପରେଡରେ ଭାଗ ନେବାକୁ ମନା କରାଯାଇଛି । ପରେଡରେ ମାତ୍ର ୪ଟି ପୋଲିସ ଟ୍ରୁପ ଭାଗ ନେବେ । ଏଥର‌ ପରେଡ କମାଣ୍ଡର ଭାବେ ଦାୟିତ୍ବ ତୁଲାଇବେ କେସିଙ୍ଗାର ଏସଡିପିଓ ତଥା ଯୁବ ଆଇପିଏସ ଅଭିନବ ସୋନକର । ସମୟ ନିର୍ଘଣ୍ଟ ଅନୁସାରେ ୧୫ ତାରିଖ ସକାଳ ୯ଟାରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି ନେଇ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, "ପ୍ରତିବର୍ଷ ପରି ଏଥର ମଧ୍ୟ ସ୍ବାଧିନତା ଦିବସରେ ମାଓ ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ।" ସେପଟେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ସମାରୋହ ପାଇଁ ଫାଇନାଲ ପରେଡ ରିହଲସଲ ଶେଷ ହୋଇଛି । ପୋଲିସ ଡିଜି ପରେଡ ଦେଖିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.