ETV Bharat / city

ରାଜଧାନୀରେ ତିନି ଅଙ୍କ ଛୁଇଁଲା ମୃତ୍ୟୁ ସଂଖ୍ୟା, 312 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Oct 2, 2020, 6:10 PM IST

Updated : Oct 2, 2020, 7:17 PM IST

ଗୋଟିଏ ଦିନରେ ରାଜଧାନୀରେ 312 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସେଞ୍ଚୁରୀ ମାରିଛି ।

increasesing corona positive cases in bhubaneswar
ରାଜ୍ୟରେ ବେକାବୁ କୋରୋନା , ତିନିଶହ ପାର ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ରାଜଧାନୀରେ 312 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ସେଞ୍ଚୁରୀ ମାରିଛି ।

ହୋମ କ୍ବାରେଣ୍ଟାଇନରୁ 58 ଚିହ୍ନଟ ହୋଇଥିବାବେଳେ ଲୋକାଲ ସଂକ୍ରମଣ 254 ରହିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 100 ଛୁଇଁଛି ।

ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ 58 ଜଣଙ୍କ ମଧ୍ୟରୁ 2 ଜଣ ଟଙ୍କାପାଣି ରୋଡ଼, 2 ଜଣ ସହିଦ ନଗର, 5 ଜଣ ଚନ୍ଦ୍ରଶେଖରପୁର, 4 ଜଣ ଲକ୍ଷ୍ମୀସାଗର, 4 ଜଣ ପଟିଆ, 3 ଜଣ ୟୁନିଟ 9 ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ 254 ସ୍ଥାନୀୟ ସଂକ୍ରମଣ ମଧ୍ୟରୁ 22 ଜଣ ପଟିଆ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ 9 ଜଣ ଚନ୍ଦ୍ରଶେଖରପୁର, 5 ଜଣ ଭୀମଟାଙ୍ଗି, 7 ଜଣ ବାପୁଜିନଗର, 5 ଜଣ ବରଗଡ, 5 ଜଣ ଅଶୋକ ନଗର, 6 ଜଣ ସହିଦ ନଗର, 10 ଜଣ ଝରପଡ଼ା, 4 ଜଣ ଲକ୍ଷ୍ମୀ ସାଗର, 4 ଜଣ ଲୁଇସ ରୋଡ଼, 4 ଜଣ ମଧୁସୂଦନ ନଗର, 13 ଜଣ ନୟାପଲ୍ଲୀ, 5 ଜଣ ନୀଳାଦ୍ରି ବିହାର, 4 ଜଣ ଓଲ୍ଡ ଟାଉନ, 8 ଜମା ୟୁନିଟ 9, 5 ଜଣ ଶୈଳଶ୍ରୀ ବିହାର, 5 ଜଣ ସୁନ୍ଦରପଦା, 8 ଜଣ ୟୁନିଟ 6, 5 ଜଣ ୟୁନିଟ 4ରୁ ଚିହ୍ନଟ ହୋଇଛନ୍ତି ।

ଆଜି ରାଜଧାନୀରେ ମୃତ୍ୟୁ ସଂଖ୍ୟା 100 ଛୁଇଁଛି । ତେବେ ଭୁବନେଶ୍ୱରରେ ମୋଟ ସକ୍ରିୟ ମାମଲା 3514 ଥିବା ବେଳେ 22547ଜଣ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 2, 2020, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.