ETV Bharat / city

ଗତ ୧୦ ବର୍ଷରେ ରାଜ୍ୟକୁ କେତେ ବାତ୍ୟା ବନ୍ୟା ଆସିଛି ? - How Many natural disasters hit by last 10 years in Odisha

୨୦୧୦ ମସିହାରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟରେ ୧୦ ଟି ବାତ୍ୟା, ୩ ଟି ମରୁଡି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ , ୨ ଟି ପ୍ରଳୟଙ୍କାରୀ ବନ୍ୟା ହୋଇଛି । ଅଧିକ ପଢନ୍ତୁ

Odisha
Odisha
author img

By

Published : Dec 10, 2021, 7:00 PM IST

ଭୁବନେଶ୍ବର: ରାଜ୍ୟରେ ଗତ ୧୦ ବର୍ଷ ମଧ୍ୟରେ (୨୦୧୦ ରୁ ୨୦୨୦) କେତୋଟି ବାତ୍ୟା ଓ ବଡ ଧରଣର ବାତ୍ୟା, କେତେ ଥର ଭୟଙ୍କର ମରୁଡି, କେତୋଟି ପ୍ରଳୟଙ୍କାରୀ ବନ୍ୟା ହୋଇଛି । କେତେ କଣ କ୍ଷତି ହୋଇଛି । କେନ୍ଦ୍ର ସରକାର ଏହି ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ବାବଦକୁ କେତେ ସହାୟତା ପ୍ରଦାନ କରିଛନ୍ତି । ଆଜି ବିଧାନସଭାରେ ଏହା ଜାଣିବା ପାଇଁ ଚାହିଁଥିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ।

ଜବାବରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (State Disaster Response Fund) ରେ କେନ୍ଦ୍ର ସରକାରଙ୍କ ଅଶଂଧନ ବାବଦକୁ ୭୫ ପ୍ରତିଶତ ଓ ରାଜ୍ୟର ଅଶଂଧନ ୨୫ ପ୍ରତିଶତ ଅଟେ । ଏହି ଅର୍ଥ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଖର୍ଚ୍ଚ ହୋଇଥାଏ । ଆବଶ୍ୟକ ସ୍ଥଳେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି (National Disaster Response Fund) ରୁ ମଧ୍ୟ ସହାୟତା ପ୍ରଦାନ କରିଥାନ୍ତି ।

୨୦୧୦ ମସିହାରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟରେ ୧୦ ଟି ବାତ୍ୟା, ୩ ଟି ମରୁଡି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ , ୨ ଟି ପ୍ରଳୟଙ୍କାରୀ ବନ୍ୟା ହୋଇଛି । ଏହି ସମସ୍ତ ବିପର୍ଯ୍ୟୟ ଦ୍ବାରା ହୋଇଥିବା କ୍ଷୟକ୍ଷତିର ଆକଳନ, ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ କେନ୍ଦ୍ରସରକାରଙ୍କୁ ମଗାଯାଉଥିବା ସହାୟତା ରାଶି ଓ କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ରାଶିର ପରିମାଣ ନିମ୍ନରେ ପ୍ରଦାନ କରାଗଲା ।

Photo
ଗତ ୧୦ ବର୍ଷରେ ରାଜ୍ୟକୁ କେତେ ବାତ୍ୟା ବନ୍ୟା ଆସିଛି?

ଏହି ତଥ୍ୟ ବିଧାନସଭାରେ ରାଜସ୍ବ ମନ୍ତ୍ରୀ ପ୍ରଦାନ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.