ଭୁବନେଶ୍ୱର : ଆତଙ୍କ ସୃଷ୍ଟି କରୁଛି କରୋନା । ଏହାକୁ ନେଇ ରେଳବିଭାଗ ପକ୍ଷରୁ ରିଜର୍ଭ ଟିକେଟ କ୍ୟାନ୍ସଲ କରାଯିବ ବୋଲି ସୂଚନା ମିଳିଛି । ଯାହା ରାଜ୍ୟ ସରକାର ବର୍ତ୍ତମାନ ସମୟରେ ସଚେତନତା ପାଇଁ ଅଣ୍ଟା ଭିଡିଛନ୍ତି ।
ଏହାକୁ ନେଇ ରେଳ ବିଭାଗ ମଧ୍ୟ ତାତ୍ପର ହୋଇଛି । ଏନେଇ ମାର୍ଚ୍ଚ ଓ ଏପ୍ରିଲ ମାସରେ ରେଳ ଟିକେଟ କ୍ୟାନ୍ସଲ କରାଯାଇଛି । ଆଗକୁ ଯଦି ଏଭଳି ପରିସ୍ଥିତି ଘଟିବ ଏଭଳି କ୍ୟାନ୍ସଲ କରାଯିବ ବୋଲି କୁହାଯାଇଛି । ରେଳ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ରହିବା ପାଇଁ ସାନିଟାଇଜର ଓ ରେଷ୍ଟ ରୁମରେ ହ୍ୟାଣ୍ଡ ୱାସ ମଧ୍ୟ ରଖାଯାଇଛି ।
ଏମିତି କି ଟ୍ରେନରେ ଡୋର ଝରକା ସଫା କରାଯାଉଛି ଏହାସହ ଟ୍ରେନରେ ବସିଥିବା ଲୋକମାନଙ୍କ ସିଟରେ ସାନିଟାଇଜର ରଖାଯାଉଛି ।
ଭୁବନେଶ୍ୱରରୁ ବିକାଶ କୁମାର ଦାଶ, ଇଟିଭି ଭାରତ