ଭୁବନେଶ୍ବର: ରାଜ୍ୟରେ ମୌସୁମୀ ବର୍ଷା ସ୍ବଭାବିକ । ବଙ୍ଗୋପସାଗର ରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଆଗାମୀ 24 ଘଣ୍ଟାରେ ନୟାଗଡ଼, ମୟୁରଭଞ୍ଜ, କଟକ, ପୁରୀ, ଖୋର୍ଦ୍ଧା, ଭଦ୍ରକ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ଜଗତସିଂହପୁର, କେନ୍ଦ୍ରାପଡା ରେ ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପଣିପାଗ ବିଜ୍ଞାନ କେନ୍ଦ୍ର ।
ରବିବାର ଠାରୁ ବର୍ଷାର ପରିମାଣ ବଢିବା ନେଇ ଅନୁମାନ କରାଯାଇଛି । ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ କୌଣସି ବାରଣ ନାହିଁ । ଗତ 24 ଘଣ୍ଟାରେ କଟକ ଜିଲ୍ଲା ନିଆଳିରେ ସର୍ବାଧିକ 30ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ଜୁନ ପହିଲାରୁ ସେପ୍ଟେମ୍ବର 21 ପର୍ଯ୍ୟନ୍ତ ରାଜ୍ୟରେ ସ୍ବଭାବିକ ବର୍ଷା ହୋଇଛି । ବାଲେଶ୍ବର ଜିଲ୍ଲାରେ 30 ପ୍ରତିଶତ ନିଆଣ୍ଟିଆ ବର୍ଷା ରେକର୍ଡ ହୋଇଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ