ETV Bharat / city

ପଶ୍ଚିମ ଓଡିଶା ବିକାଶ ପରିଷଦ, ଗୃହରେ ଆଲୋଚନା ସରଗରମ

author img

By

Published : Mar 20, 2021, 8:47 PM IST

କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି 21 ଵର୍ଷ ହେଲା ଗଠନ ହେଲାଣି ପଶ୍ଚିମ ଓଡିଶା ବିକାଶ ପରିଷଦ। କିନ୍ତୁ କିଛି ଭିଜନ ନାହିଁ କି ମିଶନ ନାହିଁ । ଅର୍ଥ କେବଳ ରାସ୍ତା କାମ ପାଇଁ ଦିଆଯାଇଛି।

Western Odisha Development Council
Western Odisha Development Council

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟକାରୀ ନେଇ କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ଉପରେ ଆଜି ( ଶନିବାର) ସରକାରଙ୍କୁ ବିଧାନସଭାରେ ଘେରିଲେ ବିରୋଧୀ।

ପଶ୍ଚିମ ଓଡିଶା ବିକାଶ ପରିଷଦକୁ ନେଇ ଗୃହରେ ସରଗରମ ଆଲୋଚନା

ମୂଲତବୀ ପ୍ରସ୍ତାବ ଶୀର୍ଷକ ଥୀଲା "ବ୍ୟାପକ ଦୁର୍ନୀତି ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଦିଗହରା ପଶ୍ଚିମ ଓଡିଶା ବିକାଶ ପରିଷଦ’ ପଶ୍ଚିମ ଓଡିଶା ବାସୀଙ୍କ ସ୍ବପ୍ନ ଧୂଳିସାତ। ପଶ୍ଚିମ ଓଡିଶା ବିକାଶ ପରିଷଦରେ ଦଲାଲଙ୍କ ରାକେଟ ଚାଲିଛି । ବିଧାୟକ ଦେଉଥିବା ପ୍ରୋଜେକ୍ଟ କୁ ଅନୁମୋଦନ ମିଳୁନାହିଁ । ଦଲାଲଙ୍କ ପ୍ରୋଜେକ୍ଟ କୁ ସାଧାରଣ ଲୋକଙ୍କ ପ୍ରୋଜେକ୍ଟ କହି ଅନୁମୋଦନ ମିଳୁଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ 6 ଜଣ ସାଂସଦ ସଭ୍ୟ ଭାବେ ମୋନନିତ ହେବାକଥା ମାତ୍ର 2 ଜଣ ହୋଇଛନ୍ତି। ସେହିଭଲି 10 ଜଣ ବିଶେଷଜ୍ଞଙ୍କ ମଧ୍ୟରୁ ଜଣେ ଅଛନ୍ତି। ବଲାଙ୍ଗୀରରେ ଅଫିସ ଖୋଲାହେଲା, ସାଇନ ବୋର୍ଡ ଲାଗିଛି କିନ୍ତୁ ଅଛନ୍ତି ଜଣେ ପିଅନ ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର । ଏଥିରୁ ବୁଝା ପଡୁଛି ସରକାରଙ୍କ ଆନ୍ତରିକତା କେତେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।

ସେହିପରି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି 21 ଵର୍ଷ ହେଲା ଗଠନ ହେଲାଣି ପଶ୍ଚିମ ଓଡିଶା ବିକାଶ ପରିଷଦ। କିନ୍ତୁ କିଛି ଭିଜନ ନାହିଁ କି ମିଶନ ନାହିଁ । ଅର୍ଥ କେବଳ ରାସ୍ତା କାମ ପାଇଁ ଦିଆଯାଇଛି। ରାସ୍ତା ତିଆରି ହେଉଛି ୟୁସିବି ଦିଆଯାଇଛି । କିନ୍ତୁ ରାସ୍ତା ହଜିଯାଉଛି । ଖୋଜିଲେ ପ୍ରୋଜେକ୍ଟ ମିଳୁନାହିଁ। ଭୁତ ରାସ୍ତା ତିଆରି କରୁଛି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଲଟିଛି ସରକାରୀ ଦଳ କର୍ମୀଙ୍କ ଥଇଥାନ କେନ୍ଦ୍ର। ଏବେ ଏହା ପାଦେ ଆଗକୁ ଯାଇଛି। ପ୍ରଶାସନିକ ଅଫିସରଙ୍କ ଥଇଥାନ କେନ୍ଦ୍ର ପାଲଟିଛି। ଦାଦନଙ୍କ ପାଇଁ ଗୋଟିଏ ବି ଯୋଜନା ନାହିଁ। କୋଭିଡ ମହାମାରୀ ସମୟରେ ଦାଦନ ଖଟିବାକୁ ଲୋକ ଗଲେ । ଏବେ ଗାଁ ଖାଲି। ଗୋଟିଏ ବି ସ୍କୁଲ ଘର ହୋଇନାହିଁ। ପଶ୍ଚିମ ଓଡିଶାକୁ ଦୟା କରୁନାହାନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ହଜାରେ କୋଟି ଦାବିକଲେ ମିଳୁଛି 2 ଶହ କୋଟି ।

ଅନ୍ୟପଟେ ଆଲୋଚନାରେ ଭାଗନେଇ ଅନୁନ୍ନୋତ ବ୍ଲକକୁ ଟଙ୍କା ନାହିଁ କିନ୍ତୁ ବିଜେଡି ବିଧାୟକ ଥିବା ଉନ୍ନତ ବ୍ଲକକୁ ଅନୁଦାନ ଦିଆଯାଉଛି ବୋଲି କହିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ। ପଶ୍ଚିମ ଓଡିଶାର ସବୁଠୁ ଅନୁନ୍ନୋତ ଜିଲ୍ଲା ହେଉଛି ଦେବଗଡ। ତେଣୁ ସ୍ବତନ୍ତ୍ର ପ୍ୟାକେଜ ଦେବାକୁ ଦାବି କଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ।

ସେପଟେ ଉତ୍ତରରେ ଯୋଜନା ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ଠାରୁ ଏପର୍ଯ୍ୟନ୍ତ ଏକ ହଜାର ଛ’ ଶହ 42 (1642.52) କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି। 2008-09 ଆର୍ଥିକ ବର୍ଷରେ 50 କୋଟି ଟଙ୍କା ଅନୁଦାନ ଥିବା ବେଳେ ଏବେ 2 ଶହ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଖୁବ ଶୀଘ୍ର ପରିଷଦ ଗଠନ ହେବ। ଖାଲିଥିବା ସଭ୍ୟ ପଦ ଗୁଡିକ ପୂରଣ ହେବ । ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟାଳୟ ଖୋଲିବା ପାଇଁ ସ୍ଥାନ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆସିପାରୁନଥିବାରୁ ଖୋଲାଯାଇ ପାରୁନାହିଁ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.