ETV Bharat / city

ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ, ଇ-ଯାନ ପଲିସିକୁ ଗ୍ରୀନ ସିଗନାଲ - ସରିଲା ରାଜ୍ୟର ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ

important Cabinet meeting held by cm naveen pattnaik
ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ,ଇ-ଯାନ ନୀତିକୁ କ୍ୟାବିନେଟ ମଞ୍ଜୁରୀ
author img

By

Published : Aug 27, 2021, 6:54 PM IST

Updated : Aug 27, 2021, 9:00 PM IST

18:51 August 27

ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ,ଇ-ଯାନ ନୀତିକୁ କ୍ୟାବିନେଟ ମଞ୍ଜୁରୀ

ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ, ଇ-ଯାନ ପଲିସିକୁ ଗ୍ରୀନ ସିଗନାଲ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି (ଶନିବାର) ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ କ୍ୟାବିନେଟ 14ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରିଛି । ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ବୃଦ୍ଧି କରିବା ପାଇଁ ଇ-ଯାନ ପଲିସିକୁ ଅନୁମୋଦନ କରାଯାଇଛି । ସେହିପରି ଓଡ଼ିଶା ବାଲି ନୀତି-2021 ସମେତ ସର୍ବ ମୋଟ 14 ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି ।

ଇ-ଯାନ ପଲିସି ଉପରେ ବାଜିଲା ରାଜ୍ୟ କ୍ୟାବିନେଟର ମୋହର । ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ମିଳିବ ସରକାରୀ ପ୍ରୋତ୍ସାହନ । ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । 2025 ସୁଦ୍ଧା ଅନ୍ୟୁନ 20 ପ୍ରତିଶତ ବ୍ୟାଟେରୀ ପରିଚାଳିତ ଗାଡ଼ି ପଞ୍ଜିକୃତ ହେବ । 

ସେହିପରି ଓଡ଼ିଶା ବାଲି ନୀତି-2021କୁ ମଞ୍ଜୁର କରିଛି କ୍ୟାବିନେଟ । ଓଡ଼ିଶା ଭେଟନାରୀ ସର୍ଭିସ୍‌ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟନାରୀ ସେବା ପଦବୀ ସଂଖ୍ୟା 1481ରୁ 1910କୁ ବୃଦ୍ଧି ହେବ । ସେହିପରି ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-2021 ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି ।

ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍‌ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି । ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ । 

ଜଜ୍‌ କୋର୍ଟ ଓ ଅଧସ୍ତନ କୋର୍ଟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୟାଡର ରୁଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ କରିଛି । 

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଏଣିକି ପଞ୍ଚାୟତ କରିବ । 

ଏହାସହ ଷ୍ଟିଲ୍‌ ଓ ମାଇନ୍ସ ବିଭାଗର 4ଟି ସର୍ଭିସ୍ ରୁଲ୍‌କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି । 

ହସ୍ତତନ୍ତ ବିଭାଗର କାରବାର ନିୟମରେ ସଂଶୋଧନ ନେଇ ଆସିଥିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି । ଏଥିରୁ କୁଟୀର ଶିଳ୍ପକୁ ବାଦ୍‌ ଦେଇ ଅନ୍ୟାନ୍ୟ କାର୍ଯ୍ୟକାରୀ ଶିଳ୍ପକୁ ସାମିଲ କରାଯାଇଛି । 

ମୌସୁମୀ ଅଧିବେଶନକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି । ସେପ୍ଟେମ୍ବର ୧ତାରିଖରୁ ବିଧାନସଭା ଆରମ୍ଭ ହେବ ।
 
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Aug 27, 2021, 9:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.