ETV Bharat / city

ଟିକାକୁ ନେଇ ତୁରନ୍ତ ସଂଶୟ ଦୂର କର: ସୁର - ଟୀକାକରଣ ଖବର

କୋଭାକ୍ସିନ ଟିକା ନେଲେ ବିଦେଶ ଭ୍ରମଣରେ ବାରଣ କରାଯାଇଛି । ଏହାକୁ ନେଇ ତୁରନ୍ତ ସଂଶୟ ଦୂର କରିବାକୁ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। ଅଧିକ ପଢନ୍ତୁ...

immediately clear the doubts of vaccine says congress
ଟୀକାକୁ ନେଇ ତୁରନ୍ତ ସଂଶୟ ଦୂର କର: ସୁର
author img

By

Published : Jun 6, 2021, 4:05 PM IST

ଭୁବନେଶ୍ବର: କୋଭାକ୍ସିନ ଟିକା ନେଲେ ବିଦେଶ ଭ୍ରମଣ ଉପରେ ବାରଣ କରାଯାଇଛି । ଏହାକୁ ନେଇ ତୁରନ୍ତ ସଂଶୟ ଦୂର କରିବାକୁ ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ। କୋଭାକ୍ସିନ୍ ଟୀକାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହେବା ପରେ କଂଗ୍ରେସ ପ୍ରତିକ୍ରିୟା ରଖିଛି ।

ଟୀକାକୁ ନେଇ ତୁରନ୍ତ ସଂଶୟ ଦୂର କର: ସୁର

କୋଭାକ୍ସିନ୍ ଟିକାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ବିଜେପି କହୁ ବା ବିଜେଡ଼ି କହୁ, ଆଉ ଏ ପ୍ରହସନ କରନାହିଁ । ଟୀକାକୁ ନେଇ ରାଜନୀତି କରନାହିଁ । ଯଦି କୋଭାକ୍ସିନ ନେଲେ ବିଦେଶ ଯାଇହେବ ନାହିଁ, ତାହେଲେ ଆମ ପିଲାଙ୍କ ଜୀବନକୁ ଅନ୍ଧକାର କରାଯାଉଛି । ଆଗରୁ କୋଭିସିଲ୍ଡ ଟୀକା ଦିଆଯାଉଥିଲା । ତାକୁ ହିଁ ସବୁ ଅଞ୍ଚଳରେ ଦେଲେନାହିଁ କଣ ପାଇଁ ସରକାର । ଏଭଳି ପ୍ରହସନ କାହିଁକି କଲେ । ସସ୍ପେନସ କାହିଁକି ରଖୁଛନ୍ତି । ଏମିତି କରି ସରକାର ଭୁଲ କରୁଛନ୍ତି । ତୁରନ୍ତ ସଂଶୋଧନ କରନ୍ତୁ । ଯେଉଁ ଟୀକା ଦେଉଛ ଗୋଟିଏ ଦିଅ । କୋଭିଡ ତୃତୀୟ ଲହରରେ ଶିଶୁଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତି ପ୍ରସଙ୍ଗ । କୋରୋନାର ତୃତୀୟ ଲହର ଆସୁଛି । ଏହା ଅଧିକ ମାତ୍ରରେ ଶିଶୁ ମାନଙ୍କୁ ସଂକ୍ରମିତ କରିବ । କିନ୍ତୁ ରାଜ୍ୟ ସରକାର କୌଣସି ଡାକ୍ତରଖାନାରେ କିଛି ବ୍ୟବସ୍ଥା କରିନାହାଁନ୍ତି । ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି, ମେଡିସିନ ନାହିଁ, ଭେଣ୍ଟିଲେଟର ନାହିଁ, ଯନ୍ତ୍ରପାତି ନାହିଁ, ବେଡ଼ ନାହିଁ, ସ୍ବତନ୍ତ୍ର ଡାକ୍ତରଖାନାର ଅଭାବ ।

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହିସାବରେ ଖାଲି ସଜାଗ ଅଛୁ ବୋଲି କହିଲେ ହେବ ନାହିଁ । ଖାଲି କୁହନି ଗୋଟିଏ ଜୀବନ ମୋ ଧନ । ତୁରନ୍ତ ଶିଶୁଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ବ୍ୟବସ୍ଥା କର । ବେଡ଼ ବ୍ୟବସ୍ଥା କର । ଭେଣ୍ଟିଲେଟର ମହଜୁଦ ରଖ । ଆଇସିୟୁ ରୁମ ପ୍ରସ୍ତୁତ କରନ୍ତୁ ସରକାର । ପିଲାଙ୍କ ଚିକିତ୍ସା ପାଇଁ ବିଶେଷଜ୍ଞଙ୍କୁ ରାଜ୍ୟ ସରକାର ନିଯୁକ୍ତ କରନ୍ତୁ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.