ETV Bharat / city

ବାତ୍ୟା ଚିତ୍ର ଅସ୍ପଷ୍ଟ, ଗୁଜବରୁ ଦୂରେଇ ରୁହନ୍ତୁ: ପାଣିପାଗ ବିଜ୍ଞାନୀ - ଲଘୁଚାପରେ ପରିଣତ ହେଲା ଘୁର୍ଣ୍ଣିବଳୟ

ଲଘୁଚାପରେ ପରିଣତ ହେଲା ଘୁର୍ଣ୍ଣିବଳୟ । ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ମଧ୍ୟ ଏହା ବାତ୍ୟାର ରୂପ ନେବକି ନାହିଁ ତାର ଚିତ୍ର ଏଯାଏଁ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

ଲଘୁଚାପରେ ପରିଣତ ହେଲା ଘୁର୍ଣ୍ଣିବଳୟ
ଲଘୁଚାପରେ ପରିଣତ ହେଲା ଘୁର୍ଣ୍ଣିବଳୟ
author img

By

Published : May 6, 2022, 12:36 PM IST

Updated : May 6, 2022, 1:09 PM IST

ଭୁବନେଶ୍ବର: ଲଘୁଚାପରେ ପରିଣତ ହେଲା ଘୁର୍ଣ୍ଣିବଳୟ । ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିଲେ ମଧ୍ୟ ଏହା ବାତ୍ୟାର ରୂପ ନେବକି ନାହିଁ ତାର ଚିତ୍ର ଏଯାଏଁ ଅସ୍ପଷ୍ଟ ରହିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି ହେଲେ କିଛି ସ୍ପଷ୍ଟ ଜଣାପଡିନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ ।

ବାତ୍ୟା ଚିତ୍ର ଅସ୍ପଷ୍ଟ, ଗୁଜବରୁ ଦୂରେଇ ରୁହନ୍ତୁ

ସେ କହିଛନ୍ତି, "IMD ବାତ୍ୟା ଗତି ପଥ ଉପରେ ନଜର ରଖିଛି । ରାଜ୍ୟବାସୀ ଗୁଜବରେ ବିଶ୍ବାସ କରନ୍ତୁ ନାହିଁ । ସଠିକ୍ ସମୟରେ IMD ପକ୍ଷରୁ ସୂଚନା ଦିଆଯିବ ।" ଏହା ସହିତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଅଧିକାଂଶ ସମୟରେ ସୃଷ୍ଟି ହେଉଥିବା ଲଘୁଚାପ ସମୁଦ୍ରରେ ଦୁର୍ବଳ ହୋଇଯାଇଥାଏ । ଯାହା ବାତ୍ୟାର ରୂପ ନେଇ ପାରେ ନାହିଁ ତେଣୁ ଏଥର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବ କି ତାହା ଆଗାମୀ ୪୮ ଘଣ୍ଟା ଭିତରେ ସ୍ପଷ୍ଟ ହେବ । ସେ ଆହୁରି କହିଛନ୍ତି, "ସାଧାରଣତଃ ପ୍ରାକ୍ ମୌସୁମୀ ଓ ମୌସମୀ ଋତୁ ପରେ ବାତ୍ୟା ସୃଷ୍ଟି ହୋଇଥାଏ । ସମୁଦ୍ର ଉପରି ଭାଗ ୨୬.୫ ଡିଗ୍ରୀ ସେଲସିୟସ ଉତ୍ତପ୍ତ ହେଲେ ବାତ୍ୟା ଅନୁକୂଳ ହୋଇଥାଏ । ଏଥର ମଧ୍ୟ ବାତ୍ୟା ପାଇଁ ସ୍ଥିତି ଅନୁକୂଳ ରହିଛି ।"

ଅନ୍ୟପଟେ ରାଜ୍ୟରେ ୬ଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୮୬ ମିଲିମିଟର, ଭୁବନେଶ୍ବର ଏୟାର ପୋର୍ଟ ଅଞ୍ଚଳରେ ୩୬ ମିଲିମିଟର, ଜଗତସିଂପୁରରେ ୫୫ ମିମି, କେନ୍ଦ୍ରାପଡ଼ା ୫୪ ମିଲିମିଟର ଓ ନୟାଗଡ଼ରେ ୫୪ ମିଲିମିଟର ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିିଭି ଭାରତ

Last Updated : May 6, 2022, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.