ETV Bharat / city

Cyclone Asani Update: ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି, ୟେଲୋ ୱାର୍ଣ୍ଣିଂରେ 8 ଜିଲ୍ଲା - Cyclone

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ଅଧିକ ପଢନ୍ତୁ

ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି
ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି
author img

By

Published : May 11, 2022, 7:31 AM IST

Updated : May 11, 2022, 10:08 AM IST

ଭୁବନେଶ୍ବର: ଦୁର୍ବଳ ହେଲା ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ 540 କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ । ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି 12 କିମି ବେଗରେ ଗତି କରୁଛି ଅସାନି । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ।

ଆଜି ସ୍ଥଳଭାଗ ଛୁଇଁବ ଅସାନି । ଆନ୍ଧ୍ରପ୍ରଦେଶ କାକିନାଡା- ବିଶାଖାପାଟଣା ଦେଇ ଗତି କରିବ ବାତ୍ୟା । ଗତକାଲି ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଆଜି ଭୀଷଣ ବାତ୍ୟାରୁ ଏହା ଦୁର୍ବଳ ହୋଇଛି । ଘଣ୍ଟାପ୍ରତି 12 କିମି ବେଗରେ ଗତି କରୁଛି ଅସାନି । ଆନ୍ଧ୍ରପ୍ରଦେଶ ମୁଁହା ବାତ୍ୟା ଅସାନି। ଏହାର ପ୍ରଭାବରେ ଓଡ଼ିଶାର 8 ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କଟକରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଆବଶ୍ୟକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ଖୋଲାଯାଇଛି ।

ଅସାନି ପ୍ରଭାବ ମଙ୍ଗଳବାରଠୁ ରାଜ୍ୟରେ ଦେଖିବାକୁ ମିଳିଛି। କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା ଆରମ୍ଭ ହୋଇ ଯାଇଛି । 13 ଯାଏ ସମୁଦ୍ରକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି । ପବନରେ ବେଗ 50ରୁ 60 କିମି ରହିବ । ଗୋପାଳପୁର ବନ୍ଦରରେ 3 ନମ୍ବର ବିପଦ ସଙ୍କେତ ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରିରେ ସ୍କୁଲ ଛୁଟି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : May 11, 2022, 10:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.