ETV Bharat / city

'ଅନୈତିକ ସମ୍ପର୍କ ଭାଙ୍ଗୁଛି ଘର' - ଟ୍ବିନସିଟିରେ ୨ ହଜାର ୧୭୨ଟି ଘରୋଇ ହିଂସା ଜନିତ ମାମଲା

ଅନୈତିକ ସମ୍ପର୍କ ପାଇଁ ବଢୁଛି ଘରୋଇ ହିଂସା । ଏହି କାରଣରୁ ୫ ବର୍ଷରେ ଟ୍ବିନସିଟିରେ ୨ ହଜାର ୧୭୨ଟି ଘରୋଇ ହିଂସା ଜନିତ ମାମଲା ପଞ୍ଜିକୃତ ହୋଇଛି। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 23, 2019, 11:15 AM IST

ଭୁବନେଶ୍ବର: ଅନୈତିକ ସମ୍ପର୍କ ପାଇଁ ବଢୁଛି ଘରୋଇ ହିଂସା । ଭାଙ୍ଗିଯାଉଛି ଖୁସିର ସଂସାର। ଚୁରମାର ହେଉଛି ଅନେକ ପରିବାର । ଏହି କାରଣରୁ ୫ ବର୍ଷରେ ଟ୍ବିନସିଟିରେ ୨ ହଜାର ୧୭୨ଟି ଘରୋଇ ହିଂସା ଜନିତ ମାମଲା ପଞ୍ଜିକୃତ ହୋଇଛି । ତେବେ ଅଧିକାଂଶ ପାରିବାରିକ ହିଂସା ପଛରେ ଅନୈତିକ ସମ୍ପର୍କ ହିଁ ମୁଖ୍ୟ କାରଣ ବୋଲି ଜଣାପଡିଛି।

ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ରହୁନି ତାଳମେଳ, ଯାହାକୁ ନେଇ ଏପରି ବଢୁଛି ଅଭିଯୋଗ । ତେବେ ମାଧ୍ୟମର ପାଞ୍ଚ ବର୍ଷ ପୂରଣ ପୂର୍ତ୍ତି ଅବସରରେ ଏଭଳି ତଥ୍ୟ ଦେଇଛନ୍ତି ସାମାଜିକ କର୍ମୀ ଶୁଭଶ୍ରୀ ଦାସ । ସେ କହିଛନ୍ତି, ହିଂସାରେ ପୀଡିତ ମହିଳାଙ୍କୁ ସହଯୋଗ ପାଇଁ ୫ ବର୍ଷ ପୂର୍ବେ ୨୦୧୪ ମସିହାରେ ଆଇଏସଡି ଓ କମିଶନରେଟ ପୋଲିସର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ମାଧ୍ୟମ ଅନୁଷ୍ଠାନ । ଯେଉଁଠି ମହିଳା ସମ୍ବନ୍ଧୀୟ ମାମଲା ଥାନାରେ ଏତଲା ପରେ ଆପୋଷ ବୁଝାମଣା ଜରିଆରେ ସମାଧାନ ପାଇଁ ଏହି ଅନୁଷ୍ଠାନକୁ ଆସୁଥିଲା ।

ପରେ ସେହି ଅଭିଯୋଗକାରୀଙ୍କୁ ଆପୋଷ ବୁଝାମଣା ଜରିଆରେ ମାମଲାର ଫଇସଲା କରାଯାଉଥିଲା। ତେବେ ବିଗତ ପାଞ୍ଚ ବର୍ଷରେ କଟକ ଓ ଭୁବନେଶ୍ବରରେ ୨୩୦୪ଟି ମାମଲା ପଞ୍ଜିକୃତ ହୋଇଥିଲା। ଯେଉଁଥିରେ ଭୁବନେଶ୍ବରର ୧୦୪୫ଟି , କଟକର ୧୨୫୮ଟି ରହିଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ସେଥିମଧ୍ୟରୁ ମାଧ୍ୟମ ସାହାଯ୍ୟରେ ୧ହଜାର ୪୪୯ଟି ମାମଲା ଫଇସଲା କରାଯାଇଥିଲା । ତେବେ ୫ ବର୍ଷର ଅନୁବନ୍ଧିତ ସରିବା ପରେ ପୁନଶ୍ଚ ୨ ବର୍ଷ ପାଇଁ କମିଶନରେଟ ପୋଲିସ ସହ ଅନୁବନ୍ଧିତ ହୋଇଛି ଏହି ଅନୁଷ୍ଠାନ । ଯାହାକି ଥାନାରେ ହେଉଥିବା ମହିଳା ହିଂସା ସମ୍ବନ୍ଧୀୟ ମାମଲାକୁ ନିଜ ଅନୁଷ୍ଠାନ ଜରିଆରେ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାର ଦୁଇଟି କାର୍ଯ୍ୟାଳୟ କଟକ କମିଶନରେଟ ଓ ଭୁବନେଶ୍ବର କମିଶନରେଟ ପାଇଁ କାର୍ଯ୍ୟକ୍ଷମ ହେଉଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ଅନୈତିକ ସମ୍ପର୍କ ବଢୁଛି ଘରୋହି ହିଂସା,
ଟ୍ବିନିସିଟିରେ ୫ ବର୍ଷରେ ୨୧୭୨ ମାମଲାBody:

ଅନୈତିକ ସମ୍ପର୍କ ପାଇଁ ବଢୁଛି ଘରୋହିଁ ହିଂସା।ଭାଙ୍ଗିଯାଉଛି ଖୁସିର ସଂସାର।ଚୁରମାର ହେଉଛି ଅନେକ ପରିବାର। ୫ ବର୍ଷରେ ଟ୍ବିନିସିଟିର ୨୧୭୨ଟି ଘରୋଇ ହିଂସା ଜନିତ ମାମଲା ମାଧମ ନିକଟରେ ପଂଜିକୃତ ହୋଇଛି।ଯେଉଁଠି ଜଣାପଡିଛି ଅଧିକାଁଶ ପାରିବାରିକ ହିଂସା ପଛରେ ଅନୈତିକ ସମ୍ପର୍କ ହିଁ ମୁଖ୍ଯ କାରଣ।ସ୍ବାମି ସ୍ତ୍ରୀ ମଧ୍ଯରେ ରହୁନି ତାଳମେଳ ଯାହାକୁ ନେଇ ଏପରି ବଢୁଛି ଅଭିଯୋଗ।ତେବେ ମାଧ୍ଯମର ପାଂଚ ବର୍ଷ ପୁରଣ ପୁର୍ତି ଅବସରରେ ଏଭଳି ତଥ୍ଯ ଦେଇଛନ୍ତି ସାମାଜିକ କର୍ମି ଶୁଭଶ୍ର୍ରି ଦାସ। ସେ କହିଛନ୍ତି ମହିଳା ହିଂସାରେ ମହିଳା ମାନଙ୍କୁ ସହଯୋଗ ପାଇଁ ୫ ବର୍ଷ ପୁର୍ବେ ୨୦୧୪ ମସିହାରେ ଆଇଏସଡି ଓ କମିସନରେଟ ପୋଲିସର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ମାଧମ ଅନୁଷ୍ଠାନ।ଯେଉଁଠି ମହିଳା ସମ୍ବନ୍ଧିୟ ମାମଲା ଥାନାରେ ଏତଲା ପରେ ଆପୋଷ ବୁଝାମଣା ଜରିଆରେ ସମାଧାନ ପାଇଁ ଏହି ଅନୁଷ୍ଠାନକୁ ଆସୁଥିଲା।ପରେ ସେହି ଅଭିଯୋଗକାରିଙ୍କୁ ଆପୋଷ ବୁଝାମଣା ଜରିଆରେ ମାମଲାର ଫଇସାଲା କରାଯାଉଥିଲା। ତେବେ ବିଗତ ପାଂଚ ବର୍ଷରେ ମୋଟ କଟକ ଓ ଭୁବନେଶ୍ବରରେ ୨୩୦୪ଟି ମାମଲା ପଂଜିକୃତ ହୋଇଥିଲା ଯେଉଁଥିରେ ଭୁବନେଶ୍ବରର ୧୦୪୫ଟି ,କଟକର ୧୨୫୮ଟି ରହିଥିଲା।ସେଥିମଧ୍ଯରୁ ମାଧମ ଲାହାର୍ଯରେ ୧୪୪୯ଟି ମାମଲା ଫଇସାଲା କରାଯାଇଥିଲା।ତେବେ ୫ ବର୍ଷର ଅନୁବନ୍ଧିତ ସରିବା ପରେ ପୁନଶ୍ଚ ୨ ବର୍ଷ ପାଇଁ କମିସନରେଟ ପୋଲିସ ସହ ଅନୁବନ୍ଧିତ ହୋଇଛି ଏହି ଅନୁଷ୍ଠାନ।ଯେକି ଥାନାରେ ହେଉଥିବା ମହିଳା ହିଂସା ସମ୍ବନ୍ଧିୟ ମାମଲାକୁ ନିଜ ଅନୁଷ୍ଠାନ ଜରିଆରେ ସମାଧାନ ପାଇଁ ପ୍ରୟାସ ଜାରି ରଖିଛନ୍ତି।ଏହାର ଦୁଇଟି କାର୍ଯାଳୟ କଟକ କମିସନରେଟ ପାଇଁ ଓ ଭୁବନେଶ୍ବର କମିସନରେଟ ପାଇଁ କାର୍ଯକ୍ଷମ ୭େଉଅଛି।
ବାଇଟ-ଡଃ ସୁଧାଶୁଂ ଷରଙ୍ଗି,ପୋଲିସ କମିସନର
ବାଇଟ-ଶୁଭଶ୍ରୀ ଦାସ,ନିର୍ଦେଶିକା ,ଆଇଏସଡି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.