ETV Bharat / city

ଓଡିଶାରେ ଚୋରା ବନ୍ଧୁକର ନେଟୱର୍କ, ଏଥର ଧରାପଡିଛି ମେଡ଼ ଇନ ଓଡିଶା ବନ୍ଧୁକ

author img

By

Published : Apr 9, 2021, 7:14 PM IST

ଏସଟିଏଫ ହାତରେ ଧରା ପଡିଛି ଚୋରା ବନ୍ଧୁକ କାରବାର । ନିଆଳି ଶିଖରଘାଟ ବ୍ରିଜ ନିକଟରେ ବନ୍ଧୁକ ଡିଲ ପାଇ ଅପେକ୍ଷା କରିଥିବା ବେଳେ ଏସଟିଏଫ ଟିମ ମାଡ଼ିବସି ବନ୍ଧୁକ ବେପାରୀଙ୍କୁ କାବୁ କରିଛି। ଅଧିକ ପଢନ୍ତୁ...

ଏସଟିଏଫ ହାତରେ ଚୋରା ବନ୍ଧୁକ ନେଟୱର୍କ
ଏସଟିଏଫ ହାତରେ ଚୋରା ବନ୍ଧୁକ ନେଟୱର୍କ

ଭୁବନେଶ୍ବର: ରାଜ୍ୟରେ ବେଆଇନ ବନ୍ଧୁକ ତିଆରି କାରବାର ନେଇ ଏସଟିଏଫର ବଡ ଖୁଲାସା । ଏହାସହ ଏନେଇ ଏସଟିଏଫ ହାତରେ ଧରା ପଡିଛି ଚୋରା ବନ୍ଧୁକ କାରବାର । ନିଆଳି ଶିଖରଘାଟ ବ୍ରିଜ ନିକଟରେ ବନ୍ଧୁକ ଡିଲ ପାଇ ଅପେକ୍ଷା କରିଥିବା ବେଳେ ଏସଟିଏଫ ଟିମ ମାଡ଼ିବସି ବନ୍ଧୁକ ବେପାରୀଙ୍କୁ କାବୁ କରିଛି।

ଏସଟିଏଫ ହାତରେ ଚୋରା ବନ୍ଧୁକ ନେଟୱର୍କ

ଯାହାକୁ ନେଇ ଜଗତସିଂହପୁରର 2 ବ୍ୟବସାୟୀ ସୁରେଶ କୁମାର ଦାସ ଓରଫ କାଳିଆ, ସୌମ୍ୟରଜନ ଦଳେଇ ଗିରଫ କରିଛି ଏସଟିଏଫ ଟିମ। ଆଉ ସେମାନଙ୍କ ଠୁ 2ଟି ପିସ୍ତଲ ସହ ୫ଟି ରିଭଲଭର ଓ ୨୨ରାଉଣ୍ଡ ଗୁଳି ଜବତ କରାଯାଇଛି। ତେବେ ସବୁଠୁ ବଡ କଥା ୫ଟି ରିଭଲଭର ମେଡ଼ ଇନ ଓଡ଼ିଶା ବୋଲି ସୂଚନା ଦେଇଛନ୍ତି ଏସଟିଏଫ ଡିଆଇଜି ଜୟ ନାରାୟଣ ପଙ୍କଜ।

ବିଗତ ଏକ ବର୍ଷ ମଧ୍ୟରେ ୨୨ଟି ବନ୍ଧୁକ ସହ ୭ଜଣକୁ ଗିରଫ କରିଛି ପୋଲିସ। ଅର୍ଥାତ ମହାରାଷ୍ଟ୍ର ଓ ବିହାର ଭଳି ଓଡ଼ିଶାରେ ଏବେ ଚୋରା ବନ୍ଧୁକ ଡିମାଣ୍ଡ ଵଢିଛି। କିଛିଦିନ ପୁର୍ବରୁ କମିସନରେଟ ପୋଲିସ କଟକରୁ ୧୧ଟି ବନ୍ଧୁକ ଜବତ ପରେ ଏବେ ଏସଟିଏଫ ୮ଟି ବନ୍ଧୁକ ସିଜ ପରେ ଏବେ ଓଡ଼ିଶା ବନ୍ଧୁକ କାରଖାନାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।

ତେବେ କେଉଁଠି ଓ କେଉଁ ଜିଲ୍ଲାରେ ଏହି ବନ୍ଧୁକ ତିଆରି ହେଉଛି । ଏହି ସବୁ ବନ୍ଧୁକ କାରବାର ପଛରେ କାହାର ହାତ ରହିଛି। ଏମାନେ ମାଓବାଦୀଙ୍କୁ ବନ୍ଧୁକ ସପ୍ଲାଏ କରୁଛନ୍ତି କି ? ଏସମ୍ପର୍କରେ ରାଜ୍ୟ ଗୁଇନ୍ଦା ପାଖରେ କିଛି ସୁରାକ ଅଛି ତ ଯାହା ଏବେ ବଡ଼ ପ୍ରଶ୍ନ ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.