ଭୁବନେଶ୍ବର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ(ଆଇଆଇଏମସି)ତେଲେଙ୍ଗାନା ଚାପ୍ଟରର ୨୦୧୯ କନେକ୍ସନ ହାଇଦ୍ରାବାଦରେ ଗତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ପୂର୍ବତନ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।
ଆଇଆଇଏମସି କନେକ୍ସନ 2019ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶ ଓ ବିଦେଶରେ ରହୁଥିବା ଆଲୁମିନିଙ୍କ ସହ ସମ୍ପର୍କକୁ ସୁଦୃଢ କରିବା । ଏହାସହ ପରିବାରରେ ସାମିଲ ଥିବା ପ୍ରତ୍ୟେକ ବ୍ୟକ୍ତିର ସୁଖଦୁଃଖରେ ସାମିଲ ହୋଇ ତାକୁ ସାହାଯ୍ୟ କରିବା ବୋଲି ଆସୋସିଏସନର ସଂଗଠନ ସମ୍ପାଦକ ରିତେଶ ବର୍ମା କହିଛନ୍ତି |
ତେବେ ଚଳିତ ବର୍ଷ ଏହି ପୁରାତନ ଛାତ୍ରଙ୍କ ମିଳନ ପର୍ବ 21ଟି ସହରରେ ଆୟୋଜନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଆଇଏମସି ଢେଙ୍କାନାଳର ସାଧାରଣ ସଂପାଦକ ଜ୍ୟୋତିପ୍ରକାଶ ମହାପାତ୍ର, ଆନ୍ଧ୍ର ଓ ତେଲେଙ୍ଗାନା ସାଧାରଣ ସମ୍ପାଦକ ରାଜେଶ ପରିଡା ଓ ଶାନ୍ତି ସ୍ବରୂପ ସାମନ୍ତରାୟ ଉପସ୍ଥିତ ଥିଲେ | ଏହାସହ ରାଜ୍ୟର ଅନେକ ବରିଷ୍ଠ ଓ ଯୁବ ସାମ୍ବାଦିକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।