ଭୁବନେଶ୍ବର: ରାଜ୍ୟରେ ଆଇଏଫସ ସ୍ତରରେ ଅଦଳବଦଳ ହୋଇଛି । ବରିଷ୍ଠ ଆଇଏଫଏସ ଅଧିକାରୀମାନଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ବ ମିଳିଛି । 1989 ବ୍ୟାଚ ଅଫିସର ସୁଶାନ୍ତ ନନ୍ଦ ଓଡ଼ିଶା ପରିବେଶର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସିଇଓ ଓ ସମନ୍ବିତ ଉପକୂଳ ଜୋନ୍ ପରିଚାଳନା (integrated coastal zone management) ପ୍ରକଳ୍ପର ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ବ ତୁଲାଇବେ।
ସେହିଭଳି 2005 ବ୍ୟାଚ ଆଇଏଫଏସ ଅଧିକାରୀ ଅରୁଣ କୁମାର ସ୍ବାଇଁ ଓଡିଶା ଜଙ୍ଗଲ ଉନ୍ନୟନ ନିଗମର ବାଣିଜ୍ୟିକ ନିର୍ଦ୍ଦେଶକ ଦାୟିତ୍ବ ସମ୍ଭାଳିବେ। 2010 ବ୍ୟାଚ ଅଫିସର ରାମସ୍ବାମୀ ପୁରୀ ବନ୍ୟଜନ୍ତୁ ବିଭାଗର ଡିଏଫଓ ଦାୟିତ୍ବ ତୁଲାଇବେ। ଏହାସହ ପୂର୍ଣ୍ଣିମା ପି ଖୋର୍ଦ୍ଧା ଡିଭିଜନର ଜିଲ୍ଲା ଜଙ୍ଗଲ ସୁରକ୍ଷା ଅଧିକାରୀ ଦାୟୀତ୍ବ ନେବେ।
2018 ବ୍ୟାଚର ରବି ମୀନା ସାତକୋଶିଆ ବନଖଣ୍ଡର ଜଙ୍ଗଲ ସୁରକ୍ଷା ଅଧିକାରୀ ଦାୟୀତ୍ବ ନେବେ। ଯାଦବ ସୁଦର୍ଶନ ଗୋପୀନାଥ ଆଠଗଡ ଡିଏଫଓ ଦାୟିତ୍ବ ନେବେ। ବରିଷ୍ଠ ଓଏଫଏସ ସସ୍ମିତା ଲେଙ୍କାଙ୍କୁ ପିସିସିଏଫ ଓଡ଼ିଶା କାର୍ଯ୍ୟାଳୟକୁ ବଦଳି କରାଯାଇଛି। ଏହାସହ ସେ ନୂଆ ଉପବନ ସଂରକ୍ଷକ ଦାୟିତ୍ବ ନେବେ।
ଭୁବନେଶ୍ବରରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ