ଭୁବନେଶ୍ବର: ନିୟମ ନ ମାନିଲେ ପର୍ବପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି DMET ସିବିକେ ମହାନ୍ତି । ସେ କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ବଢିଲେ ସ୍ଥାପନ ଓ ସ୍ଥାନାନ୍ତରଣରେ ଅଧିକ ଲୋକ ନିୟୋଜିତ ହେବେ । ଯଦି ଏହିପରି ଆମେ କୋଭିଡ ନିୟମ ପାଳନ ନ କରିବା ତେବେ ତୃତୀୟ ଲହର ଆମନ୍ତ୍ରଣ ଦେଲା ଭଳି ହେବ ।
ପାର୍ବଣରେ ବଜାରରେ ଭିଡ଼ ହେବ । କିନ୍ତୁ ଏଥିପାଇଁ ଆମେ ଦୋକାନ ବନ୍ଦ କରିବା ପାଇଁ ଆମେ ଚାହୁଁନାହୁଁ । ଆମେ ଅପିଲ କରୁଛୁ, ଲୋକମାନେ କୋଭିଡ ନିୟମ ପାଳନ କରନ୍ତୁ । ନଚେତ କେରଳରେ ଓନମ ପରେ ଯେଉଁ ସ୍ଥିତି ହେଲା ସେହିପରି ଆମ ରାଜ୍ୟରେ ବି ହୋଇପାରେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ