ETV Bharat / city

ସଚେତନ ନହେଲେ ଇନ୍ଦୋର ଭଳି ମାଡିବ କୋରୋନା:ବାଗ୍‌ଚୀ - କୋରୋନା ସଚେତନତା

ଭୁବନେଶ୍ୱର ଓ ଇନ୍ଦୋର ମଧ୍ୟରେ କରୋନାର ସମାଞ୍ଜସ୍ୟ ସ୍ଥିତିକୁ ବର୍ଣ୍ଣନା କଲେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଭାରତର ନମ୍ବର ୱାନ୍‌ ପରିଷ୍କାର ପରିଚ୍ଛନ୍ନ ସହର ଇନ୍ଦୋର ଓ ଭାରତର ନମ୍ଵର ୱାନ ସ୍ମାର୍ଟ ସିଟି ସହର ଭୁବନେଶ୍ୱର । ଏହି ଦୁଇଟି ସହର ମଧ୍ୟରେ କରୋନାକୁ ନେଇ କଣ ସମାଞ୍ଜସ୍ୟ ରହିଛି ଜାଣିବା ପାଇଁ ଅଧିକ ପଢନ୍ତୁ...

ସଚେତନ ନହେଲେ ଇନ୍ଦୋର ଭଳି ମାଡିବ କୋରୋନା: ବାଗ୍‌ଚୀ

author img

By

Published : Apr 20, 2020, 8:10 PM IST

ଭୁବନେଶ୍ବର: ଗାଁ ଅପେକ୍ଷା ସହରରେ ଅଧିକ ସଚେତନତା କରିବାକୁ ପଡୁଛି । ଗାଁରେ ଲୋକମାନେ ସାମାଜିକ ଦୂରତା ରଖିବା ସହ ମାସ୍କ ଓ ଗାମୁଛା ମୁହଁରେ ଲଗାଉଛନ୍ତି, କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଏବେ ବି ଲୋକଙ୍କୁ ସଚେତନ କରିବାକୁ ପଡୁଛି । ତେବେ ଭାରତରେ 170ଟି ହଟସ୍ପଟ ଚିହ୍ନଟ କରାଯାଇଛି । ହଟସ୍ପଟକୁ କଣ୍ଟ୍ରୋଲ ନିୟନ୍ତ୍ରଣ ନକଲେ ଏହା ଅନେକ ଅଞ୍ଚଳକୁ ମାଡିଯିବାର ସମ୍ଭାବନା ରହିଛି । ତେବେ ଭାରତର ଦୁଇଟି ସହରର ତଥ୍ୟ ଉପରେ ଆଲୋଚନା କରିଛନ୍ତି ସୁବ୍ରତ ବାଗ୍‌ଚୀ ।

ସଚେତନ ନହେଲେ ଇନ୍ଦୋର ଭଳି ମାଡିବ କୋରୋନା: ବାଗ୍‌ଚୀ

ଭାରତର ପରିଛନ୍ନ ସହର ଇନ୍ଦୋର ଓ ଦେଶର ପ୍ରଥମ ସ୍ମାଟ ସିଟି ଭୁବନେଶ୍ବର । ତେବେ ଇନ୍ଦୋରରେ 20 ଲକ୍ଷ ଜନସଂଖ୍ୟା ରହିଥିବା ବେଳେ ଭୁବନେଶ୍ବରରେ 10 ଲକ୍ଷ ଜନସଂଖ୍ୟା ରହିଛନ୍ତି । ଉଭୟ ଇନ୍ଦୋର ଓ ଭୁବନେଶ୍ବରକୁ ହଟସ୍ପଷ୍ଟ ସହରଭାବେ ଘୋଷଣା କରାଯାଇଛି । ଅନ୍ୟକ୍ଷେ ଭୁବନେଶ୍ବରର ପ୍ରଥମ କରୋନା ରୋଗୀ 16 ମାର୍ଚ୍ଚରେ ଚିହ୍ନଟ ହୋଇଥିବା ବେଳେ ଇନ୍ଦୋରରେ 25 ମାର୍ଚ୍ଚରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ସେହିପରି ଓଡିଶା 22 ମାର୍ଚ୍ଚରେ ଲାକଡାଉନ ଘୋଷଣା କରାଯାଇଥିବା ବେଳେ ଇନ୍ଦୋର 25 ମାର୍ଚ୍ଚରେ ଲାକଡାଉନ ଘୋଷଣା କରିଛି ।

ତେବେ ଏପ୍ରିଲ 20 ତାରିଖ ଦିନ 9ଟା 30 ସୁଦ୍ଧା ଭୁବନେଶ୍ବରରେ 46 ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ ଇନ୍ଦୋରରେ 20 ଏପ୍ରିଲ ସୁଦ୍ଧା 892ଟି ମାମଲା ଚିହ୍ନଟ କରାଯାଇଛି । ତେବେ ମୋଟରେ ଦେଖିବାକୁ ଗଲେ ଭୁବନେଶ୍ବରରେ ଜଣେ ମାତ୍ର ରୋଗୀର ମୃତ୍ୟୁ ଘଟିଥିବା ବେଳେ ଇନ୍ଦୋରରେ 49ଟି ଲୋକଙ୍କ ମୃତ୍ୟୁ ହୋଇଛି । ଏଥିପାଇଁ ଗ୍ରାମବାସୀମାନେ ଯେଉଁ ଭଳି ଭାବରେ ସଚେତନତା ଅବଲମ୍ବନ କରୁଛନ୍ତି ସେହିପରି ଭାବରେ ସହରରେ ରହୁଥିବା ଜନସାଧାରଣ ମଧ୍ୟ ଅନୁରୂପ ସଚେତନତା ଅବଲମ୍ବନ କରନ୍ତୁ ବୋଲି କହିଛନ୍ତି ବାଗ୍‌ଚୀ । ନିୟମ ନପାଳନ କଲେ ଇନ୍ଦୋର ଭଳି ଭୁବନେଶ୍ବରେ ମଧ୍ୟ ଆଗକୁ କରୋନା ସ୍ଥିତି ଭୟଙ୍କର ରୂପ ନେବାର ଆଶଙ୍କା ଥିବା ବାଗ୍‌ଚୀ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.