ETV Bharat / city

କୋଭିଡ ସଂଗ୍ରାମରେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ମିଳିବ ଶହୀଦ ସମ୍ମାନ

author img

By

Published : Apr 21, 2020, 7:44 PM IST

କୋଭିଡ ସଂଗ୍ରାମରେ ଯଦି କୌଣସି ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କୁ ଶହୀଦର ସମ୍ମାନ ଦିଆଯିବ ବୋଲି କହିଛନ୍ତି ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଅଧିକ ପଢନ୍ତୁ...

କୋଭିଡ ସଂଗ୍ରାମରେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ମିଳିବ ଶହୀଦ ସମ୍ମାନ
କୋଭିଡ ସଂଗ୍ରାମରେ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହେଲେ ମିଳିବ ଶହୀଦ ସମ୍ମାନ

ଭୁବନେଶ୍ବର: ସମଗ୍ର ମାନବଜାତି କରୋନା ଯୁଦ୍ଧରେ ଏକଜୁଟ ହୋଇଛନ୍ତି । ସାରା ବିଶ୍ବରେ ମାତ୍ର 3 ମାସର ଅବଧିରେ 2 ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇସାରିଲାଣି । ପୃଥିବୀର କୌଣସି ଦେଶ ଏହି କରୋନା କୋରୋନା ଆତଙ୍କରୁ ମୁକ୍ତି ପାଇନାହିଁ । ଏହି ଯୁଦ୍ଧରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଆଗ ଧାଡିରେ ଥିବା କହିଛନ୍ତି ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ।

ବାଗ୍‌ଚୀ କହିଛନ୍ତି କୋରୋନା ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ସବୁ ଦିନ ଲଢ଼ୁଛନ୍ତି। କୋଭିଡ ସଂଗ୍ରାମରେ ଜାତି ପାଇଁ ଯଦି କେହି ମୃତ୍ୟୁ ବରଣ କରନ୍ତି ତେବେ ତାଙ୍କୁ ଶହୀଦର ସମ୍ମାନ ଦିଆଯିବ। ସରକାରଙ୍କ ତରଫରୁ ସେମାନଙ୍କ ପରିବାରକୁ 50 ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ। ଶହୀଦ ହିସାବରେ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ କରାଯିବା ସହ ଚାକିରି ଶେଷ ପର୍ଯ୍ୟନ୍ତ ମିଳିବ ଦରମା । ଅନ୍ୟପକ୍ଷେ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କୁ ଯେଉଁମାନେ ଦୁର୍ବ୍ୟବହାର କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଯୁଦ୍ଧ ସମୟରେ ଡାକ୍ତର, ମେଡିକାଲ କର୍ମଚାରୀ, ନର୍ସ ପଛରେ ସାଢ଼େ4 କୋଟି ରାଜ୍ୟ ବାସ ରହିଥିବା କହିଛନ୍ତି ବାଗଚୀ ।

ବିଭିନ୍ନ କୋଭିଡ ହସ୍ପିଟାଲ ଓ ନମୁନା ପରୀକ୍ଷା ଲାବ୍ରୋଟୋରୀଗୁଡିକ 3ଟି ସିଫ୍ଟରେ 24 ଘଣ୍ଟା କାମ କରୁଛନ୍ତି । ଏମାନଙ୍କ ମଧ୍ୟରେ 309 ଡାକ୍ତର ଥିବା ବେଳେ 768 ଜଣ ନର୍ସ 383 ଜଣ ପାରା ମେଡାକାଲ ଓ 526 ସ୍ବାସ୍ଥ୍ୟକର୍ମୀ ଅଛନ୍ତି । ଏମାନେ ସମସ୍ତେ କୋରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ଭାବେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟର ସୀମାରେଖା କଥା ଯଦି କୁହାଯାଏ ତାହାଲେ ପଶ୍ଚିମବଙ୍ଗକୁ ଯେଉଁ ସୀମା ଲାଗିଛି, ଏହାର ଅବଧି ପ୍ରାୟ 202 କିଲୋମିଟର । ସେହିପରି ଝାଡଖଣ୍ଡକୁ ଲାଗିଥିବା 3ଟି ଜିଲ୍ଲାର ସୀମାର ଲମ୍ବ 591 କିଲୋମିଟର । ଛତିଶଗଡ ସହ ସଂଲଗ୍ନ 8 ଜିଲ୍ଲାର ସୀମାର ଲମ୍ବ 1226 କିଲୋମିଟର । ଆନ୍ଧ୍ରପ୍ରଦେଶ ସହ ଲାଗିଥିବା 5 ଜିଲ୍ଲାର ଲମ୍ବ 1024 କିଲୋମିଟର । ଏହାବ୍ୟତିତ ଜିଆଇଏଫର ମ୍ୟାପ ଅନୁଯାଯୀ ସମୂଦ୍ର ତଟ ପ୍ରାୟର ଲମ୍ବ 522 କିଲୋମିଟର ରହିଛି । ଏହି ବିସ୍ତୃତ ସୀମାରେଖାକୁ ଆରକ୍ଷୀବାହିନୀ କିମ୍ବା ପୋଲିସ ବନ୍ଦ କରିପାରିବେନି ବୋଲି କହିଛନ୍ତି ସୁବ୍ରତ ବାଗଚୀ । ଏପରିସ୍ଥିତିରେ ଘଟଣାକୁ ଆୟତ୍ତ କରିବାକୁ ହେଲେ ସବୁଠୁ ବଡ ସହଯୋଗ ପଞ୍ଚାୟତର ଆବଶ୍ୟକ ବୋଲି ସେ କହିଛନ୍ତି । ଏନେଇ 6798 ପଞ୍ଚାୟତ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ଯୋଗେଁ ଆଲୋଚନା କରିବେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.