ETV Bharat / city

ରାଜଧାନୀରେ ବୃଦ୍ଧି ହେଲା ବେଡ୍ ସଂଖ୍ୟା - କୋଭିଡ ପରିଚାଳନା ଭୁବନେଶ୍ବର

ଭୁବନେଶ୍ବରରେ କୋଭିଡ ପରିଚାଳନାକୁ ନେଇ ବିଏମସି କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ସଂକ୍ରମଣ ବୃଦ୍ଦି ପାଉଥିବାରୁ ବେଡ ସଂଖ୍ୟା ବୃଦ୍ଧି କରାଯାଇଥିବା କମିଶନଙ୍କ ସୂଚନା । ଅଧିକ ପଢନ୍ତୁ....

ରାଜଧାନୀରେ ବୃଦ୍ଧି ହେଲା ବେଡ୍ ସଂଖ୍ୟା
ରାଜଧାନୀରେ ବୃଦ୍ଧି ହେଲା ବେଡ୍ ସଂଖ୍ୟା
author img

By

Published : May 1, 2021, 5:52 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି । ଆଇସିୟୁ ଏବଂ ଏଚଡିୟୁ ବେଡ ସଂଖ୍ୟା ବୃଦ୍ଧି କରାଯାଇଥିବା ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ଆଜି(ଶନିବାର) ରାଜ୍ୟର 10 ହଜାର ସଂକ୍ରମଣଙ୍କ ମଧ୍ୟରୁ ସର୍ବାଧିକ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି । ଫଳରେ ଆଗୁଆ ସତର୍କ ହୋଇଛି ବିଏମସି । ତେବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବେଡ ସଂଖ୍ୟା ବୃଦ୍ଧି କରାଯାଇଛି । ଭୁବନେଶ୍ବରରେ ସମୁଦାୟ 3 ହଜାର 553 ଶଯ୍ୟା ମଧ୍ୟରୁ 531 ICU ଏବଂ 836 HDU ଶଯ୍ୟା ରହିଛି । ବର୍ତ୍ତମାନ 90 ପ୍ରତିଶତ ବେଡରେ ରୋଗୀ ଚିକିତ୍ସିତ ହେଉଥିବା କମିଶନ ସୂଚନା ଦେଇଛନ୍ତି । ସେହିପରି ରାଜଧାନୀରେ କୋଭିଡ ଟେଷ୍ଟ ପାଇଁ ୨୪ଟି ସରକାରୀ କେନ୍ଦ୍ର ଏବଂ ୧୨ଟି ଘରୋଇ ସଂସ୍ଥା ରହିଥିବା କମିଶନ କହିଛନ୍ତି ।

ଏଥିସହ ରାଜଧାନୀ ବାସିନ୍ଦାଙ୍କୁ ସଜାଗ ରହିବାକୁ ପରାମର୍ଶ ଦେବା ସହ ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ବିଳମ୍ବ ନ କରି କୋଭିଡ ଟେଷ୍ଟ କରିବାକୁ ନିବେଦନ କରିଛନ୍ତି କମିଶନ ପ୍ରେମ ଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.