ETV Bharat / city

ଆଇଏଏସ ସ୍ତରରେ ଅଦଳବଦଳ, OAS ମଧୁସୁଦନ ମିଶ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଦାୟିତ୍ବ - ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Aug 3, 2019, 9:07 PM IST

ଭୁବନେଶ୍ବର: ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ବଦଳିଲେ ନୟାଗଡ ଓ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ । ଗୃହିନର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଗ୍ରାମଜିତ ନାୟକଙ୍କୁ ଭୁବନେଶ୍ବର ମହାନଗର ନିଗମର ପ୍ରଶାସକ ଭାବରେ ଅତିରିକ୍ତ ଦାୟିତ୍ବ ମିଳିଛି । ଏହି ଦାୟିତ୍ବରେ ଥିବା ଡଃ କ୍ରିଷନ କୁମାରଙ୍କ ପୂର୍ବ ନିଯୁକ୍ତିକୁ ରଦ୍ଦ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଥିବା ନିରଞ୍ଜନ ସାହୁଙ୍କୁ ଶ୍ରମ କମିଶନର ଭାବରେ ଅତିରିକ୍ତ ଦାୟିତ୍ବ ମିଳିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ ସୁଶାନ୍ତ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣର ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି । ନୟାଗଡ଼ ଜିଲ୍ଲାପାଳ ଡଃ ଏନ୍ ଥିରୁମାଳା ନାଏକଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ ପଦକୁ ବଦଳି କରାଯାଇଛି । କୋରାପୁଟ ଜିଲ୍ଲାପାଳ ଡଃ ପୋମା ଟୁଡୁଙ୍କୁ ନୟାଗଡ ଜିଲ୍ଲାପାଳ ଭାବରେ ଦାୟିତ୍ବ ମିଳିଛି । କୋରାପୁଟ ଜିଲ୍ଲାପାଳ ହୋଇଛନ୍ତି ବରିଷ୍ଠ ଓଏଏସ୍ ମଧୁସୂଦନ ମିଶ୍ର ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

ଗଡ଼ସେ ମୁରଦାବାଦ କହିବାକୁ ବିଜେପିର ପଛଘୁଞ୍ଚା 

ଭୁବନେଶ୍ୱର () ପୁଣି ଗୃହରେ ନଥୁରାମ ଗଡ଼ସେକ ତାତି। କଂଗ୍ରେସ ବିଜେପି ମୁହାଁମୁହିଁ। ଗତକାଲି ବିରୋଧୀଦଳ ନେତାଙ୍କ ବକ୍ତବ୍ୟକୁ ଆଧାର କରି କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ, କଂଗ୍ରେସ ବନ୍ଦେ ମାତାରମ କି ଭାରତ ମାତାକି ଜୟ କହିବାକୁ କେବେ କିଣ୍ଠାବୋଧ କରିନାହିଁ । କିନ୍ତୁ କାହାକୁ ଏହା କହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। କିନ୍ତୁ ବିଜେପି ସଦସ୍ୟ ମହାତ୍ମା ଗାନ୍ଧୀଙ୍କ  ଯିଏ ହତ୍ୟାକାରୀ ନାଥରମ ଗଡ଼ସେ ତାଙ୍କୁ ମୁରଦବାଦ କହିବେ ତ। ବିଜେପିର କିଛି ନେତା ନଥୁରାମ ଗଡ଼ସେକକୁ ଦେଶ ପ୍ରେମୀ କହୁଛନ୍ତି। କିଛି ଲୋକ ଭଗବାନ କହି ମନ୍ଦିର କରୁଛନ୍ତି। ଏହି ପ୍ରସଙ୍ଗ ନରସିଂହ ମିଶ୍ର ଉଠେଇବା ବେଳେ  ବିଜେପି ସଦସ୍ୟମାନେ ବିରୋଧ କରିଥିଲେ। ଜାଣିଶୁଣି ଏହି ପ୍ରସଙ୍ଗ ଉଠାଇ ଗୃହର ସମୟ ନଷ୍ଟ କରୁଛନ୍ତି  ବୋଲି ବିଜେପି ସଦସ୍ୟ ଅଭିଯୋଗ କରିଛନ୍ତି । ରାଜନୀତି କରୁଛନ୍ତି। ବିଜେପି ରାଜି ଅଛି ଗଡ଼ସେକ ମୁରଦବଡ଼ କବିବାକୁ ବୋଲି ନିଜ ଆସନରେ ବସି ବିଜେପିର କିଛି ବିଧାୟକ କହୁଥିଲେ । 

ହେଲେ ନରସିଂହ ମିଶ୍ରଙ୍କୁ କଡା ଜବାବ ଦେବା ବେଳେ ବିରୋଧୀଦଳ ଉପନେତା ବିଷ୍ଣୁସେଠୀ ଗଡ଼ସେ ମୁରଦାବାଦ ବୋଲି କହିଲେ ନାହିଁ।  ସେ କହିଥିଲେ ଯେ, ପ୍ରଣବ ମୁଖାର୍ଜୀଙ୍କ ଭଲି ନେତା ଆରଏସଏସ କର୍ମୀଙ୍କୁ ଦିଗଦର୍ଶନ ଦେବା ପାଇଁ ସଙ୍ଘ କାର୍ଯ୍ୟାଳୟ ନାଗପୁର ଯାଇଥିଲେ। ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଏହାକୁ ବିରୋଧ କରୁଥିଲା। କଂଗ୍ରେସ ନା ନନେଇ ନରସିଂହଙ୍କ ଆଡକୁ ଇଙ୍ଗିତ କରିଥିଲେ ବିଷ୍ଣୁ। ସେ କହିଥିଲେ ମହାତ୍ମା ଗାନ୍ଧୀ ମଧ୍ୟ ଆରଏସଏସ କ୍ୟାମ୍ପକୁ ଯାଇ ସାମାଜିକ ସମାରସଜା ଦେଖି ମୁଗ୍ଧ ହୋଇ ଫେରିଥିଲେ।  ଦେଶ ବିଭାଜନ ବେଳେ ନୂଆଖଳିରେ ବସି ଗାନ୍ଧୀ କାହିଁକି କାନ୍ଦୁଥିଲେ ବୋଲି ପ୍ରଶ୍ନ ଛଳରେ କଂଗ୍ରେସକୁ ତୀର ମାରିଥିଲେ ବିଜେପି ଉପନେତା। 

ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା

ବାଇଟ - ବିଷ୍ଣୁ ସେଠୀ, ବିରୋଧୀ ଦଳ ଉପନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.