ETV Bharat / city

IAS ସ୍ତରରେ ଛୋଟ ଅଦଳବଦଳ, ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ବ - IAS

ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । କେନ୍ଦ୍ରୀୟ ଡେପୁଟେସନରେ ଗଲେ ଡ. ପ୍ରମୋଦ କୁମାର ମେହେର୍ଦ୍ଦା । ଅଧିକ ପଢନ୍ତୁ...

IAS ସ୍ତରରେ ଛୋଟ ଅଦଳବଦଳ
IAS ସ୍ତରରେ ଛୋଟ ଅଦଳବଦଳ
author img

By

Published : Sep 2, 2021, 3:02 PM IST

ଭୁବନେଶ୍ବର: ଆଇଏଏସ ସ୍ତରରେ ଆଜି (ଗୁରୁବାର) ଛୋଟ ଧରଣର ଅଦଳବଦଳ ହୋଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡ. ପ୍ରମୋଦ କୁମାର ମେହେର୍ଦ୍ଦା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ସେ କେନ୍ଦ୍ରରେ ଏନଏଫଏସଏମ ଏମଡି ଭାବେ ଦାୟିତ୍ବ ତୁଲାଇବେ ।

ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ସଚିବ ଥିବା ପ୍ରମୋଦ କୁମାର ମେହେର୍ଦ୍ଦା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି ।

ଅନୁ ଗର୍ଗଙ୍କୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଏହାଛଡ଼ା ଉଚ୍ଚ ଶିକ୍ଷା ସଚିବ ଶାଶତ୍ବ ମିଶ୍ରଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.