ETV Bharat / city

ନିର୍ବାଚନ କମିଶନର ଦାୟିତ୍ବ ନେବା ପାଇଁ ତତ୍ପର ଆଦିତ୍ୟ - ରାଜ୍ୟ ନିର୍ବାଚନ କମିଶନର

ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ବ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଆଦିତ୍ୟ ପାଢୀଙ୍କ ଅନୁରୋଧ । 3 ମାସ ବଦଳରେ 19 ତାରିଖ ସୁଦ୍ଧା ଦାୟିତ୍ବରୁ ଅବ୍ୟାହତି ଦେବାକୁ ନିବେଦନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 14, 2019, 8:54 PM IST

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଫିସର ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଛି ନୂଆ ଦାୟିତ୍ବ । ରାଜ୍ୟ କମିଶନର ଭାବେ ତୁଲାଇବେ ଦାୟିତ୍ବ । ଦାୟିତ୍ବ ମିଳିବା ପରେ ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ଆଦିତ୍ୟ ପାଢୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ କମିଶନର ନିଯୁକ୍ତି ପାଇଲା ପରେ ଆଦିତ୍ୟ ପ୍ରସାଦ ପାଢୀ ଏହି ଦାୟିତ୍ବ ଗ୍ରହଣ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଛନ୍ତି । କାହିଁକିନା କାର୍ମିକ ମନ୍ତ୍ରାଳୟର ନିୟମ ଅନୁସାରେ, ଭାରତ ସରକାରଙ୍କ ଜଣେ ଅଫିସର ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କଲେ 3 ମାସର ସମୟ ଲାଗିଥାଏ ଉକ୍ତ ଅଫିସରଙ୍କୁ ମୁକ୍ତ କରିବା ପାଇଁ । କିନ୍ତୁ ଆଦିତ୍ୟ ପାଢୀ ତୁରନ୍ତ ତାଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଯଦ୍ବାରା ଆସନ୍ତା 19 ତାରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନର ଦାୟିତ୍ବ ଗ୍ରହଣ କରି ପାରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.