ETV Bharat / city

ଆକ୍ସନ ମୋଡରେ ସୂଚନା ଓ ଲୋକ ସମ୍ପର୍କ ପ୍ରମୁଖ ଶାସନ ସଚିବ - ଆକ୍ସନ ମୋଡ଼ରେ ବିଷ୍ଣୁପଦ ସେଠୀ

ଆକ୍ସନ ମୋଡ଼ରେ ସୂଚନା ଓ ଲୋକ ସମ୍ପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ଆକ୍ସନ ମୋଡ଼ରେ ସୂଚନା ଓ ଲୋକ ସମ୍ପର୍କ ପ୍ରମୁଖ ଶାସନ ସଚିବ; ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଦେଲେ ନିର୍ଦ୍ଦେଶ

author img

By

Published : May 27, 2021, 10:53 PM IST

ଭୁବନେଶ୍ବର: ଆକ୍ସନ ମୋଡ଼ରେ ସୂଚନା ଓ ଲୋକ ସମ୍ପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ । ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ଦେଲେ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ତଥା ସଂପୃକ୍ତ ବିଭାଗ ସହିତ ନିୟୋଜିତ ସୂଚନା ଅଧିକାରୀମାନେ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଷ୍ଣୁପଦ ।

ସମୟ ସହ ତାଳଦେଇ ବିଭାଗୀୟ ସୂଚନା ଅଧିକାରୀ ନିଜକୁ ଅପଡେଟ କରନ୍ତୁ । ଗଣମାଧ୍ୟମ ଜରିଆରେ ଖବର କିପରି ଜନସାଧାରଣଙ୍କ ନିକଟରେ ସହଜରେ ପହଁଚିବ ସେ ନେଇ ବ୍ୟବସ୍ଥା କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସୂଚନା ପ୍ରଦାନ କାର୍ଯ୍ୟଧାରାକୁ ଆହୁରି ଉନ୍ନତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟକୁ ପ୍ରଭାବୀ କରିବା ସହ ସଂପୃକ୍ତ ବିଭାଗ ଏବଂ ନୋଡାଲ ବିଭାଗ ଭାବେ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବାକୁ ବିଷ୍ଣୁପଦ ସୂଚନା ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ବିଭାଗ ସହ ସଂଯୁକ୍ତ ସୂଚନା ଅଧିକାରୀମାନେ ମନ୍ତ୍ରୀମାନଙ୍କୁ ନିୟମିତ ଭାବେ ପ୍ରକାଶିତ ସମ୍ବାଦ ସୂଚନା ପ୍ରଦାନ କରନ୍ତୁ । ସ୍ୱତଃପ୍ରବୃତ ଭାବେ ବିଭିନ୍ନ ବିଭାଗୀୟ ଉନ୍ନୟନମୂଳକ କାର୍ଯ୍ୟକୁ ପର୍ଯ୍ୟବେକ୍ଷଣ କରନ୍ତୁ । ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ସହିତ ତଥ୍ୟ ସଂଗ୍ରହ ଓ ତାହାର ଅନୁଶୀଳନ କରି ଗଣମାଧ୍ୟମ ପାଇଁ ପ୍ରେସ୍ ବିବୃତ୍ତି ପ୍ରସ୍ତୁତ କରନ୍ତୁ ବୋଲି ବିଷ୍ଣୁପଦ ପରାମର୍ଶ ଦେଇଛନ୍ତି ।

ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ଯୋଜନା, ନୀତି, ନିଷ୍ପତ୍ତି ଆଦି ସମ୍ପର୍କରେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ପରାମର୍ଶ କରି ସଫଳ କାହାଣୀ ପ୍ରସ୍ତୁତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲା, ତହସିଲ, ବ୍ଲକ, ଗ୍ରାମ ପଂଚାୟତ ସ୍ତରରେ ହେଉଥିବା ଭଲ ଭଲ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯାହା ସିଧାସଳଖ ଲୋକମାନଙ୍କର ଜୀବନଶୈଳୀ ଉପରେ ପ୍ରଭାବ ପକାଇବ, ସେସବୁର ପ୍ରଚାର ପ୍ରସାର ଉପରେ ବିଷ୍ଣୁପଦ ଗୁରୁତ୍ୱ ଦେଇଛନ୍ତି ।

ତୃଣମୂଳସ୍ତରରେ ଥିବା ଜନସାଧାରଣଙ୍କୁ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ସୂଚନା ପ୍ରଦାନ ପ୍ରଥମ ଓ ସବୁଠାରୁ ମହତ୍ୱପୂର୍ଣ୍ଣ ଅଗ୍ରାଧିକାର ରହିବ ବୋଲି ସେ କହିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ “ମୋ ସରକାର” ଅଧିନରେ ଲୋକଙ୍କ ମତାମତ ହିଁ ସୁଶାସନର ପ୍ରମାଣ ବହନ କରେ ବୋଲି ପ୍ରକାଶ କରିଛନ୍ତି । ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଆମେ ଆମର ଯୋଗାଯୋଗ ବ୍ୟବସ୍ଥାରେ ଅଧିକ ଉନ୍ନତି କରି ଜନସାଧାରଣଙ୍କୁ ସରକାର କଣ କରୁଛନ୍ତି, ସେ ସଂପର୍କରେ ସୂଚନା ପ୍ରଦାନ କରିବା ଆବଶ୍ୟକ, ଯାହା ଫଳରେ ସରକାରଙ୍କ କାର୍ଯ୍ୟ ସଂପର୍କରେ ଲୋକଙ୍କ ମତାମତ ମିଳିପାରିବ ।

ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ-ସ୍ୱଚ୍ଛତା, ବୈଷୟିକ ବିଦ୍ୟା, ସମ୍ମିଳିତ କାର୍ଯ୍ୟ ଏବଂ ସମୟାନୁସାରେ, କାର୍ଯ୍ୟ ବିଭାଗର ରୂପାନ୍ତରଣକୁ ଅଧିକ ତ୍ୱରାନ୍ୱିତ କରିବାରେ ସହାୟକ ହୋଇପାରିବ । ୫-ଟି ଆଧାରରେ ସରକାରଙ୍କ ସଫଳତାର ପ୍ରତିବିମ୍ବକୁ ବଜାୟ ରଖିବା ଏବଂ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାକୁ ଲୋକଲୋଚନକୁ ଆଣିବା ଦିଗରେ ସୂଚନା ଅଧିକାରୀମାନେ ନିରନ୍ତର ଉଦ୍ୟମ ଜାରି ରଖିବାକୁ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସାଧନ ନିମନ୍ତେ ଯୋଜନାର କାର୍ଯ୍ୟକାରିତାରେ ନିୟମିତ ଭାବରେ ଜନସାଧାରଣଙ୍କ ସମ୍ପୃକ୍ତି ବୃଦ୍ଧି କରିବାକୁ ପ୍ରଚେଷ୍ଟା ଜାରି ରଖିବାକୁ ସେ ମଧ୍ୟ କହିଛନ୍ତି ।

ବିଭିନ୍ନ ବିଭାଗରେ ସୂଚନା ଅଧିକାରୀମାନେ କାର୍ଯ୍ୟ କରୁଥିବା ଦେଖି ଆସୁଛନ୍ତି । ତନ୍ମଧ୍ୟରୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କେତେକ ବିଭାଗରେ କାର୍ଯ୍ୟରତ ସୂଚନା ଅଧିକାରୀମାନଙ୍କ କାର୍ଯ୍ୟଧାରାକୁ ସେ ପ୍ରଶଂସା କରିବା ସହିତ ସମସ୍ତ ସୂଚନା ଅଧିକାରୀମାେନେ ଅଧିକ ଆଗ୍ରହର ସହିତ ସେମାନଙ୍କର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ ବିଷ୍ଣୁପଦ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି । ଅନୁରୂପ ଭାବେ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ସେମାନଙ୍କର କାର୍ଯ୍ୟଧାରାକୁ ଅଧିକ ପ୍ରଭାବୀ କରିବାକୁ ବିଷ୍ଣୁପଦ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.