ଭୁବନେଶ୍ବର: ହାଇଦ୍ରାବାଦ ସାଇବର ପୋଲିସ ୫ ସାଇବର ଠକଙ୍କୁ ଭରତପୁର ଅଞ୍ଚଳରୁ ଗିରଫ କରିଛି । ତେବେ ସେମାନେ ମଣପୁରମ ଡୋରଷ୍ଟେପ ଲୋନ ନାଁରେ ଠକେଇ କରୁଥିବା ସମ୍ପର୍କରେ ସୂଚନା ମିଳିଛି ।
ଗିରଫ ଅଭିଯୁକ୍ତଙ୍କୁ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ସମସ୍ତ ଅଭିଯୁକ୍ତ ଗ୍ରାଜୁଏଟ ବୋଲି ସୂଚନା ମିଳିଛି । ହାଇଦ୍ରାବାଦ ପୋଲିସର ୪ ଜଣିଆ ଟିମ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତମାନେ ଘରେ ଘରେ କମ ସୁଧ ହାର ଓ ମିନିମମ ଡ଼କ୍ୟୁମେଣ୍ଟରେ ଯୋଗାଇଥାନ୍ତେ ଲୋନ । ଯାହାର ସୁରାକ ଆଧାରରେ ହାଇଦ୍ରାବାଦ ସାଇବର ପୋଲିସ ଏହି ୫ ସାଇବର ଠକଙ୍କୁ ଗିରଫ କରିଛି ।
ତେବେ 5 ଜଣ ଗିରଫ ଅଭିଯୁକ୍ତ ହେଉଛନ୍ତି ଦେବାଶିଷ ନାୟକ ଓଝା(୨୦) ଘାଟିକିଆ, ପିଏନଏ କଲେଜ ଛାତ୍ର ହୋଇଥିବା ବେଳେ ଭରତପୁର ଓଡିଶା ଷ୍ଟେଟ ଓପନ ୟୁନିଭରସିଟି ପିଜି ଛାତ୍ର ଆଦିତ୍ୟ ନାରାୟଣ ମହାପାତ୍ର(୨୨), ଭରତପୁର ଖଣ୍ଡଗିରି ମଇଦାନ କଲେଜ ଛାତ୍ର ସୌମ୍ୟ ରଂଜନ ପଟ୍ଟନାୟକ(୨୧), ଖଣ୍ଡଗିରି ଦେବରାୟ କଲେଜ ଛାତ୍ର ପ୍ରମୋଦ ନାୟକ(୨୩) ଓ ବରମୁଣ୍ଡା ଦେବରାୟ କଲେଜ ଛାତ୍ର ଲକ୍ଷ୍ମୀଧର ମୁର୍ମୁଙ୍କୁ ଗିରଫ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ