ETV Bharat / city

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ଅନଶନରେ ବସିଲେ ରାଜଧାନୀର ଶହଶହ ଚାଷୀ - hunger strike

କୃଷକ ବିରୋଧୀ, କର୍ପୋରେଟ ସପକ୍ଷବାଦୀ 3ଟି କୃଷି ଆଇନ, ଜନବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଚାଷୀ।

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ
ତୀବ୍ର ହେଉଛି ଚାଷୀ ଆନ୍ଦୋଳନ
author img

By

Published : Dec 14, 2020, 8:18 PM IST

ଭୁବନେଶ୍ବର: ଦେଶରେ ତେଜୁଛୁ ଚାଷୀ ଆନ୍ଦୋଳନ । ରାଜରାସ୍ତାରେ କୃଷି ବିଲ ପ୍ରତ୍ୟାହାର ଦାବିରେ ଭୁବନେଶ୍ବରରେ ଚାଷୀଙ୍କ ଗଣଧାରଣା। ଅନଶନରେ ବସିଲେ ଶହଶହ ଚାଷୀ। କୃଷକ ବିରୋଧୀ, କର୍ପୋରେଟ ସପକ୍ଷବାଦୀ 3ଟି କୃଷି ଆଇନ , ଜନବିରୋଧୀ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ ଚାଷୀ।

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, ଅନଶନରେ ବସିଲେ ରାଜଧାନୀର ଶହଶହ ଚାଷୀ

ସାରା ଭାରତରେ ଚାଷୀ ଆନ୍ଦୋଳନ ତୀବ୍ରରୂପ ଧାରଣ କରିଥିବାବେଳେ, ଆଜି ୧୯ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି ।

କଣ୍ଟାକଟ ଫାର୍ମିଂ,ଏମଏସପି, ମଣ୍ଡିରେ ବିକ୍ରି କୃଷକ ବିରୋଧୀ ଆଭିମୁଖ୍ୟ ଇତ୍ୟାଦିକୁ ନେଇ ଚାଷୀ ଆପତ୍ତି ଉଠାଇଛନ୍ତି । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଚାଷୀ ଜିଦ ଧରିଥିବାବେଳେ, ଦିଲ୍ଲୀ ବର୍ଡରରେ ହଜାର ହଜାର ସଂଖ୍ୟାରେ ଚାଷୀ ଆସି ଡେରା ପକାଇଛନ୍ତି।

କୃଷି ବିଲକୁ ପ୍ରତ୍ୟାହାର କରିବା ଦାବିରେ ଚାଷୀ, ବିରୋଧୀ ସମସ୍ତେ ଅଟଳ। ସରକାରଙ୍କ ସହ ବିଭିନ୍ନ ସମୟରେ ଆଲୋଚନା ବିଫଳ ହେଲା ପରେ ଚାଷୀ ସଙ୍ଗଠନ ଗୁଡ଼ିକ କଠୋର ପନ୍ଥା ଆପଣେଇଛି।

ସର୍ବଭାରତୀୟ ସ୍ତରରେ ୧୪ ଡିସେମ୍ବର ସୋମବାର କୃଷକଙ୍କ ଅନଶନ ପ୍ରତିବାଦ ଧାରଣା ଦିଆଯାଇଛି। ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର ନେଇ ଚାଷୀଙ୍କ ଧାରଣା ଜାରି ରହିଛି। ଚାଷୀ ଆନ୍ଦୋଳନକୁ କଂଗ୍ରେସ, ବାମଦଳ, ବିଭିନ୍ନ ଆଞ୍ଚଳିକ ଦଳ ସମର୍ଥନ ଦେଉଛନ୍ତି ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.