ETV Bharat / city

ଭୁବନେଶ୍ବରରେ ଶତ ପ୍ରତିଶତ ଟୀକାକରଣ ଶେଷ: ଅତିରିକ୍ତ ବିଏମସି କମିଶନର

author img

By

Published : Jul 31, 2021, 3:12 PM IST

ରାଜଧାନୀ ଭୁବନେଶ୍ବରରେ ଶତ ପ୍ରତିଶତ ଟୀକାକରଣ ଶେଷ ହୋଇଛି ବୋଲି କହିଛନ୍ତି ବିଏମସି କମିଶନର ଲକ୍ଷ୍ମୀକାନ୍ତ ସେଠୀ । ଅଧିକ ପଢନ୍ତୁ...

ଭୁବନେଶ୍ବରରେ ଶତ ପ୍ରତିଶତ ଟୀକାକରଣ ଶେଷ: ଅତିରିକ୍ତ ବିଏମସି କମିଶନର
ଭୁବନେଶ୍ବରରେ ଶତ ପ୍ରତିଶତ ଟୀକାକରଣ ଶେଷ: ଅତିରିକ୍ତ ବିଏମସି କମିଶନର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶତ ପ୍ରତିଶତ ଟୀକାକରଣ ଶେଷ ହୋଇଛି । ଜୁଲାଇ ଶେଷ ସୁଦ୍ଧା ଏହି ଟାର୍ଗେଟକୁ ପୂରଣ କରାଯାଇଛି । ରାଜଧାନୀବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇ ଏହି ଲକ୍ଷ୍ୟକୁ ପୂରଣ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ବିଏମସି କମିଶନର ଲକ୍ଷ୍ମକାନ୍ତ ସେଠୀ ।

କୋରୋନା ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ପ୍ରଥମେ ଟିକା ନେବା ଆବଶ୍ୟକ ବୋଲି କହିଥିଲେ କେନ୍ଦ୍ର ସରକାର । ଏଥିଲାଗି କୋରୋନା କାଳରେ ସମସ୍ତଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ରାଜଧାନୀବାସୀଙ୍କର ଟୀକାକରଣ ଶେଷ ହୋଇଛି । ବିଭିନ୍ନ ବର୍ଗରେ ମୋଟ 9ଲକ୍ଷ 7ହଜାର ଲୋକଙ୍କୁ ୨ଟି ଡୋଜ ହିସାବରେ 18ଲକ୍ଷ 14ହଜାର ଡୋଜ ଦେବାକୁ ରହିଥିଲା ଲକ୍ଷ୍ୟ । ଗତକାଲି ସୁଦ୍ଧା 18ଲକ୍ଷ 35ହଜାର 903 ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ 10ଲକ୍ଷ 59ହଜାର 753 ଜଣ ପ୍ରଥମ ଡୋଜ ନେଇସାରିଛନ୍ତି । 7ଲକ୍ଷ 76ହଜାର 150 ଜଣ ଉଭୟ ଡୋଜ ଟିକା ନେଇ ସାରିଛନ୍ତି ।

ତେବେ ଭୁବନେଶ୍ବରରେ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସମସ୍ତ ଟିକା କେନ୍ଦ୍ର ଖୋଲା ରହିଛି। ଭୁବନେଶ୍ବର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସୁଛନ୍ତି । ଟିକା ପାଇଁ କାହାକୁ ମନା କରାଯାଇପାରିବ ନାହିଁ । ବର୍ତ୍ତମାନ ବାହାର ଲୋକଙ୍କ ପାଇଁ ରାଜଧାନୀରେ ଟିକାକେନ୍ଦ୍ର ଖୋଲାଯାଇଛି ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.