ETV Bharat / city

ସୁରକ୍ଷା ମାଗିଲେ ଭେଡେନ ଗଣଦୁଷ୍କର୍ମ ପୀଡିତା

ବରଗଡ ଜିଲ୍ଲା ଭେଡେନ ଥାନା ରୂପାପଲ୍ଲୀ ଗାଁରେ ହୋଇଥିବା 3 ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ଓ 2ଜଣଙ୍କୁ ହତ୍ୟା ଅଭିଯୋଗ ମାମଲାରେ ରାଜ୍ୟ ମାନବଧିକାର କମିଶନଙ୍କ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ମାମଲାର ପୀଡିତା ସୁରକ୍ଷା ଦାବିକରି କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

author img

By

Published : Nov 26, 2019, 8:38 PM IST

PHOTO
ମାନବଧିକାର କମିଶନ

ଭୁବନେଶ୍ବର: ଖୋଲିଲା ‘ତିନି’ ବର୍ଷ ତଳର ପୁରୁଣା ମାମଲା । ପୁଣି ଚର୍ଚ୍ଚାକୁ ଫେରିଛି ଭେଡେନ ଗଣଦୁଷ୍କର୍ମ ଘଟଣା । ଏହି ମାମଲା ପୋଲିସ ବିରୋଧରେ ରହିଥିବା ନେଇ ଚର୍ଚ୍ଚା ହେଉଛି । ପୀଡିତାଙ୍କୁ ଜୀବନରୁ ମାରିଦେବାକୁ ଆସୁଛି ଧମକ। ନିଜର ସୁରକ୍ଷା ଓ ଦୋଷୀ ମାନଙ୍କୁ ଦଣ୍ଡ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ନିବେଦନ କରିଛନ୍ତି ପୀଡିତା ।

ଭିଡିଓ ସୌଜନ୍ଯ; ସମ୍ବାଦଦାତା, ଭୁବନେଶ୍ବର

ସୂଚନାଯୋଗ୍ୟ, କଙ୍ଗାରୁକୋର୍ଟ ଦ୍ବାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର 3 ମହିଳାଙ୍କୁ ଗତ 2016 ମସିହା ସେପ୍ଟେମ୍ବର 23 ତାରିଖରେ ଭେଡେନ ଥାନାର କିଛି ପୋଲିସ କର୍ମଚାରୀ ଘରୁ ପୋଲିସ ଭ୍ୟାନରେ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ପରେ ଅସାମାଜିକ ଲୋକଙ୍କ ହାତରେ ଏହି ମହିଳାଙ୍କୁ ସମର୍ପଣ କରିଦେଇଥିଲେ। ଏହି ଅସାମାଜିକ ଲୋକେ ଉକ୍ତ 3 ମହିଳାଙ୍କୁ 10 ଦିନ ଜଙ୍ଗଲରେ ରଖି ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଖସି ଆସି ଥିବାବେଳେ ଆଉ 2 ଜଣଙ୍କୁ ସେମାନେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

ତେବେ ଏହି ମାମଲାରେ ପୋଲିସ ଦୋଷୀ ସାବ୍ୟସ୍ତ ହେବାପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମାନବାଧିକାର କମିଶନ ବରଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଆଜି ପୀଡିତା ଅଭିଯୋଗ କରିଛନ୍ତି ତାଙ୍କୁ ସୁରକ୍ଷା ଦିଆଯାଉ । ଅଭିଯୁକ୍ତ ମାନେ ତାଙ୍କୁ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:

ପୁଣି ଚର୍ଚ୍ଚାରେ ବରଗଡ଼ ଭେଡେନ ଗଣ ଦୁଷ୍କର୍ମ, ପିଡିତା ମାଗିଲେ ନିଜର ସୁରକ୍ଷା।

ଖୋଲିଲା ତିନି ବର୍ଷ ର ତଳର ପୁରୁଣା ମାମଲା। ପୁଣି ଚର୍ଚ୍ଚାରେ ଭେଡେନ ଗଣ ଦୁଷ୍କର୍ମ ଘଟଣା। ଏହି ଘଟଣାରେ ପୋଲିସ ବିରୋଧରେ ରହିଥିବା ନେଇ ଚର୍ଚା ର ବିଷୟ ହୋଇଛି। ପିଡିତାଙ୍କୁ ଜୀବନରୁ ମାରିଦେବାକୁ ଆସୁଛି ଧମକ। ନିଜର ସୁରକ୍ଷା ଓ ଦୋଷୀ ମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ମନାବାଧିକାର କମିଶନଙ୍କ ନିକଟରେ ପିଡିତା ଜଣାଇଛନ୍ତି।

Body:

ଦିଲ୍ଲୀ ନୁହେଁ କି ମୁମ୍ବାଇ ନୁହେଁ , ଏହି ଘଟଣା ଘଟିଛି ଖୋଦ ଓଡ଼ିଶାରେ। ସମାର୍କୀୟ ଥାନା ରେ ଅଟକ ଅଛି କହି ଭେଡେନ ଥାନା କର୍ମଚାରୀ 3 ଜଣ ଯୁବତୀଙ୍କୁ ପୋଲିସ ଗାଡି ରେ ବସାଇ ନେଇଥିଲା। ଯାହା ଘର ଠାରୁ ୩୫ କିଲୋମିଟର ଦୂରକୁ। ସେଠାରୁ ପୋଲସ କର୍ମଚାରୀ ସେହି ତିନି ଜଣ ଝିଅଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା କୁ ଚପେଇ ଦେବା ଲାଗି ଜଣଙ୍କୁ ମଧ୍ୟ ହତ୍ୟା ଅଭିଯୋଗ ହୋଇଛି। ତେବେ ଏହି ଘଟଣା ରାଜ୍ୟ ମାନବାଧିକରଙ୍କ ପାଖରେ ଅଭିଯୋଗ ହୋଇଛି। ଯାହା ରାଜ୍ୟମାନବ ଅଧିକାର ବରଗଡ ଏସପି ଓ ଭେଡେନ ଥାନା ଅଧିକାରୀଙ୍କୁ ତଦନ୍ତର ରିପୋର୍ଟ ମାଗିଛନ୍ତି।ଅନ୍ୟପଟେ ଉକ୍ତ ପିଡିତାଙ୍କୁ ଜୀବନରୁ ମାରିଦେବା ଲାଗି ଧାମକ ଆସୁଛି। ଯାହା ମାମଲା ରୁଜୁ କରିଛ ସେଗୁଡିକକୁ ହଟାଇ ଦେବା ଲାଗି ଆସୁଛି ଧମକ। ସେନେଇ ରାଜ୍ୟ ମାନବାଧିକରଙ୍କ ନିକଟରେ ନିଜର ସୁରକ୍ଷା ଓ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି ପିଡିତା।

ଗତ ୨୦୧୬ ମସିହାରେ ଭେଡେନ ଥାନାକୁ ସେହି ଗାଁ ର ତିନିଜଣ ମହିଳା ଙ୍କୁ ଡାକିଥିଲେ। ତାଙ୍କର ସମାର୍କୀୟ ଥାନାରେ ଅଟକ ଅଛନ୍ତି ବୋଲି କହିଥିଲେ ଥାନା ଅଧିକାରୀ। ସେହି ୩ଜଣଙ୍କୁ ଥାନାକୁ ନେବା ପରିବର୍ତେ ୩୫ କିଲୋମିଟର ଦୂରରେ ରହିଥିବା ଏକ ଜଙ୍ଗଲକୁ ନେଇଥିଲେ ଥାନା କର୍ମଚାରୀ। ସେଠାରେ କିଛି ପୋଲିସ କର୍ମଚାରୀ ସେହି ତିନି ଜଣଙ୍କୁ ଗଣ ଦୁଷ୍କର୍ମ କରିବା ସହ କିଛି କ୍ରିମିନାଲ ମାନଙ୍କୁ ମଧ୍ୟ ଯୁବତୀ ମାନଙ୍କୁ ଟେକିଦେଇଥିଲେ ପୋଲିସ କର୍ମଚାରୀ। ତେବେ ତିନି ଯୁବତୀଙ୍କୁ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଉଥିଲା। ତେବେ ତିନିଜଣଙ୍କ ମହିଳାଙ୍କ ମଧ୍ୟରୁ ଜଣେ କୌଶଳ କ୍ରମେ ଖସି ଆସି ଘରେ ସବୁ କଥା କହିବା ପରେ ଘଟଣା ସମ୍ପର୍କରେ ଚର୍ଚ୍ଚା ହୋଇଥିଲା। ଘଟଣା ପରେ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ଏହି ଅଭିଯୋଗକୁ ରଖିନଥିଲେ। ଥାନାକୁ ଅଭିଯୋଗ ଦେବାକୁ ଯାଇଥିବା ପିଡିତାଙ୍କ ସମ୍ପର୍କୀୟଙ୍କ ମଧ୍ୟ ଅଭିଯୋଗ ହୋଇଥିଲା। ମାମଲାକୁ ଚାପି ଦେବା ସହ ଏତଳାକୁ ଗ୍ରହଣ କରିନଥିଲା। ଜିଲ୍ଲା ଏସପି ଓ ସ୍ଥାନୀୟ ଜିଲାପାଳ ଙ୍କ ପାଖ ରେ ଗୁହାରି କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପିଡିତା ମାନବ ଅଧିକାରଙ୍କ ନିକଟରେ ଦ୍ୱାରାସ୍ତ ହୋଇଥିଲେ। ତେବେ ମନାବାଧିକାର ଏତଲା ରୁଜୁ କରିବା ପାଇଁ ନିର୍ଦେଶ ଦେଲା ପରେ ଭେଡେନ ଥାନା ଅଧିକାରୀ ମାମଲା ରୁଜୁ କରିଥିଲେ। ତେବେ ଭେଡେନ ଥାନାର ଦୁଇ ବରିଷ୍ଠ ଅଧିକାରୀଙ୍କ ସମେତ 7 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।

Byte- ପିଡିତା।
Byte- ନିଶିକାନ୍ତ ମିଶ୍ର, ଆଇନଜୀବୀ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.