ଭୁବନେଶ୍ବର: ଡିସେମ୍ବର ୧ ତାରିଖ ସୁଦ୍ଧା ୨୮୯୧ ମାନବାଧିକାର ଉଲଂଘନ ପିଟିସନ ଅଭିଯୋଗ। ମହାମାରୀ କୋଭିଚ୍-୧୯ ପରିପେକ୍ଷୀରେ ଆଜି ଓଡ଼ିଶା ମାନବାଧିକାର ଆୟୋଗର (OHRC Commission) ସମ୍ମିଳନୀ କକ୍ଷରେ ମାନବାଧିକାର ଦିବସ ପାଳିତ (Human Right Day) ହୋଇଛି । ୨୦୨୧ ଡିସେମ୍ବର ୧ ତାରିଖ ସୁଦ୍ଧା ୨୮୯୧ ମାନବାଧିକାର ଉଲଂଘନ ପିଟିସନ ଆୟୋଗରେ ଦାଖଲ ହୋଇଛି।
![human right day](https://etvbharatimages.akamaized.net/etvbharat/prod-images/od-bbsr-07-human-right-day-7206049_10122021194348_1012f_1639145628_468.jpg)
ଓଡ଼ିଶା ମାନବାଧିକାର ଆୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ୍ ବି.କେ. ପଟେଲ୍ ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ । ଆଜିର ଏହି ଉତ୍ସବରେ ସଦସ୍ୟ ଜଷ୍ଟିସ୍ ରଘୁବୀର ଦାଶ, ସଦସ୍ୟ ଅସୀମ ଅମିତାଭ ଦାଶ, ଅତିରିକ୍ତ ଡିଜି ପୋଲିସ୍ ଇନ୍ଭେଷ୍ଟିଗେସନ୍ ପ୍ରଣବିନ୍ଦୁ ଆଚାର୍ଯ୍ୟ, ସଚିନ ସୁନୀଲ ନାୟକ, ରେଜିଷ୍ଟାର ଦିବ୍ୟଜ୍ୟୋତି ମହାପାତ୍ର, ସହକାରୀ ରେଜିଷ୍ଟାର ବିଶ୍ୱଜିତ୍ ଚନ୍ଦ୍ର ବର୍ମନ, ୩୦ ଜଣ ଆଇନ ଶିକ୍ଷାନବିଶ ଏବଂ ଆୟୁକ୍ତର ସମସ୍ତ ଉଚ୍ଚପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ