ETV Bharat / city

ପୋଲିସ କ୍ବାଟରରେ କଳାକନା ବୁଲାଇଲେ ଚୋର, ଲୁଟି ନେଲେ ୫ ଲକ୍ଷର ଗହଣା

author img

By

Published : Oct 7, 2022, 10:37 AM IST

ରାବଣପୋଡିର ସୁଯୋଗ ନେଇ ପୋଲିସ କ୍ବାଟରରେ ପଶିଲେ ଚୋର, ଲୁଟି ନେଲେ ୫ ଲକ୍ଷ ଟଙ୍କାର ଗହଣା ସହ ନଗଦ ଟଙ୍କା ଓ ଆସବାପତ୍ର । ଅଧିକ ପଢନ୍ତୁ

ପୋଲିସ କ୍ବାଟରରେ କଳାକନା ବୁଲାଇଲେ ଚୋର, ଲୁଟି ନେଲେ ୫ଲକ୍ଷ ଟଙ୍କାର ଗହଣା

ଭୁବନେଶ୍ବର: ମଉକା ଦେଖି ଚଉକା ମାରିଲେ ଚୋର, ରାବଣପୋଡିର ସୁଯୋଗ ନେଇ ପୋଲିସ କ୍ବାଟରରେ ମାତିଲେ ଚୋର, କେହିନଥିବାର ସୁଯୋଗ ନେଇ ଲୁଟି ନେଲେ ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗହଣା ସହ ଆସବାପତ୍ର । ଏଭଳି ଘଟଣା ଘଟିଛି ରାଜଧାନୀର ଭରତପୁର ଥାନା ଟେଲକୋ କଲୋନୀରେ । ପୋଲିସ ହାବିଲଦାର ଅସିତ ମହାନ୍ତିଙ୍କ ଘରେ ପଶି କଳାକନା ବୁଲାଇଲେ ଚୋର ।

ମିଳିଥିବା ସୂଚନା ଅନୁଯାୟୀ ବରମୁଣ୍ଡା ବସଷ୍ଟାଣ୍ଡକୁ ଲାଗି ରହିଥିବା ଟେଲକୋ କଲୋନିରେ ପ୍ଲଟ ନମ୍ବର F92ରେ ପୋଲିସ ହାବିଲଦାର ଅସିତ ମହାନ୍ତିଙ୍କ କ୍ବାଟର । ଏହି କ୍ବାଟରରେ ତାଙ୍କ ସମ୍ପର୍କୀୟ ରାକେଶ ରାଉତ ରହୁଥିଲେ । ବୁଧବାର ତାଙ୍କ କ୍ବାଟରକୁ ବନ୍ଧୁବାନ୍ଧବ ଆସିଥିବା ବେଳେ ସମସ୍ତେ ବରମୁଣ୍ଡାକୁ ରାବଣପୋଡି ଦେଖିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଘରେ ଚୋର ପଶି ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୮୦ହଜାର ନଗଦ ଟଙ୍କା ଓ ଘରେ ଥିବା ଏଲଇଡି ଟିଭି,ଓଭନ ଓ ଦାମି ଜିନିଷ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହାପରେ ରାକେଶ ଓ ତାଙ୍କ ବନ୍ଧୁବାନ୍ଧବ ଘରେ ପହଞ୍ଚି ଦେଖିବା ବେଳେ ଘରର ତାଲା ଭଙ୍ଗି ଟଙ୍କା ସହ ଗହଣା ଓ ଆସବାପତ୍ର ଚୋରି ହୋଇଥିବା ଜାଣିପାରିଥିଲେ ।

ଏହା ମଧ୍ଯ ପଢନ୍ତୁ-ରାଜଧାନୀରେ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ, ଟ୍ରାଫିକ ବ୍ୟବସ୍ଥା କଡାକଡି

ଏନେଇ ରାକେଶ ଭରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ତଦନ୍ତ ଜାରି ରହିଥିବା ବେଳେ କେଉଁ ମାନେ ଏଥିରେ ସାମିଲ ଅଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ତେବେ ଦଶହରା ସମୟରେ ରାଜଧାନୀରେ ଭିଡ ଜମୁଥିବାର କମିଶନରେଟ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ବିଶେଷ କରି ଛିନତାଇ ଗ୍ୟାଙ୍ଗ ଉପରେ କଡା ନଜର ରଖାଯାଇଥିଲା । ଏହା ସତ୍ତ୍ବେ ବି ପୋଲିସ କ୍ବାଟରରେ ପଶି ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି ଚୋର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.