ETV Bharat / city

୨୦୧୯ ପୂର୍ବରୁ ଗାଡି କିଣିଥିଲେ ହୁସିଆର: ଲଗାନ୍ତୁ HSRP ନମ୍ବର ପ୍ଲେଟ୍, ନଚେତ୍ ଗଣିବେ ଫାଇନ୍ - HSRP ନମ୍ବର ପ୍ଲେଟ ବାଧ୍ୟତାମୂଳକ

2019 ଏପ୍ରିଲ 1ପୂର୍ବରୁ ଗାଡି କିଣିଥିଲେ ହୋଇଯାଆନ୍ତୁ ଆଲର୍ଟ । ଏଣିକି HSRP ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ । ନହେଲେ ଦେବାକୁ ପଡ଼ିପାରେ 5ରୁ 10ହଜାର ପର୍ଯ୍ୟନ୍ତ ଫାଇନ । ଅଧିକ ପଢ଼ନ୍ତୁ

୨୦୧୯ ପୁର୍ବରୁ ଗାଡି କିଣିଥିଲେ ହୁସିଆର, ଲଗାନ୍ତୁ HSRP ନମ୍ବର ପ୍ଲେଟ୍ ନଲଗାଇଲେ ଫାଇନ୍

author img

By

Published : May 31, 2022, 5:36 PM IST

Updated : May 31, 2022, 8:12 PM IST

ଭୁବନେଶ୍ବର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ନୂଆ ଟେନସନ । 2019 ଏପ୍ରିଲ 1ପୂର୍ବରୁ ଗାଡି କିଣିଥିଲେ ହୋଇଯାଆନ୍ତୁ ଆଲର୍ଟ। HSRP ନମ୍ବର ପ୍ଲେଟ ଯଥାଶୀଘ୍ର ନଲଗାଇଲେ ପଡିପାରେ ଫାଇନ । ୨୦୧୯ ପୂର୍ବରୁ ରେଜିଷ୍ଟ୍ରେସନ ହୋଇଥିବା ଗାଡିର ନମ୍ବର ପ୍ଲେଟ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ହୋଇନଥିବାରୁ ପରିବହନ ବିଭାଗ ଏହାକୁ ଅପଗ୍ରେଡ କରିବାକୁ ଅଭିଯାନ ଆରମ୍ଭ କରିବ । HSRP ନମ୍ବର ପ୍ଲେଟ ଲଗାଇବା ପାଇଁ ଡିସେମ୍ବର ୩୧ ତାରିଖ ଯାଏଁ ସମୟ ସୀମା ରହିଛି । ୨୦୨୩ ବେଳକୁ ଏହି ଅପଗ୍ରେଡ ବାଧ୍ୟତାମୂଳକ ହେବ ।

ନୂଆ ନମ୍ବର ପ୍ଲେଟ ଅପଗ୍ରେଡ ହୋଇନଥିଲେ ମୋଟର ଭେଇକିଲ ଆକ୍ଟ 192 ଆଧାରରେ ଦେବାକୁ ପଡିପାରେ 5ରୁ 10ହଜାର ପର୍ଯ୍ୟନ୍ତ ଫାଇନ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ପରିବହନ ବିଭାଗ । ଦୁଇ ଚକିଆ ଯାନରେ ଦୁଇଟି HSRP ନମ୍ବର ପ୍ଲେଟ୍କୁ ଅପଗ୍ରେଡ୍‌ କରିବାକୁ ବାଧ୍ୟତା ମୂଳକ କରାଯାଇଛି । ତା ସହ ଗାଡ଼ି ମିରରରେ ମଧ୍ୟ ତୃତୀୟ ନମ୍ବର ପ୍ଲେଟ୍‌ ଲାଗିବ । ଏହା HSRP ନମ୍ବର ପ୍ଲେଟ୍ ନିୟମ ମଧ୍ୟରେ ଆସୁଛି ।

୨୦୧୯ ପୁର୍ବରୁ ଗାଡି କିଣିଥିଲେ ହୁସିଆର, ଲଗାନ୍ତୁ HSRP ନମ୍ବର ପ୍ଲେଟ୍ ନଲଗାଇଲେ ଫାଇନ୍
୨୦୧୯ ପୁର୍ବରୁ ଗାଡି କିଣିଥିଲେ ହୁସିଆର, ଲଗାନ୍ତୁ HSRP ନମ୍ବର ପ୍ଲେଟ୍ ନଲଗାଇଲେ ଫାଇନ୍

କିପରି କରିବେ ପୁରୁଣା ଗାଡିର HSRP ନମ୍ବର ପ୍ଲେଟ୍ ଅପଗ୍ରେଡ୍‌, ଜାଣନ୍ତୁ...

ଯଦି ଆପଣଙ୍କ ଗାଡିର ଶେଷ ନମ୍ବର ୧ ବା ୨ ଥିବ ତେବେ ଅଗଷ୍ଟ ୩୧ ସୁଦ୍ଧା ଆପଣଙ୍କୁ ନମ୍ବର ଅପଡେଟ କରିବାକୁ ହେବ । ସେହିପରି ଶେଷ ନମ୍ବର ୨ ବା ୩ ଥିଲେ ସେପ୍ଟେମ୍ବର ୩୦ ସୁଦ୍ଧା ଅପଡେଟ୍‌ କରିବାକୁ ହେବ । ସେହିପରି ଶେଷ ନମ୍ବର ୪ ବା ୫ ଥିଲେ ଅକ୍ଟୋବର ୩୧ ସୁଦ୍ଧା, ଶେଷ ନମ୍ବର ୬ ବା ୭ ଥିଲେ ନଭେମ୍ବର ୩୦, ଶେଷ ନମ୍ବର ୮ ବା ୯ ଥିଲେ ଡିସେମ୍ବର ୩୧ ସୁଦ୍ଧା ପୁରୁଣା ଗାଡ଼ିର ନମ୍ବରକୁ HSRP ନମ୍ବର ପ୍ଲେଟ୍‌ରେ ଅପଗ୍ରେଡ କରିବାକୁ ହେବ ।

ରାଜ୍ୟ ପରିବହନ ବିଭାଗର ଏକ ସ୍ବତନ୍ତ୍ର ଢାଞ୍ଚାରେ ଏହି ନମ୍ବର ପ୍ଲେଟ ଡିଜାଇନ କରିଛି । ଯେଉଁଥିରେ ଅନେକ ଫିଚର ରହିଛି । ଏହାଦ୍ବାରା ଗାଡି ଚୋରି ହେବାର ସମ୍ଭାବନା କମ୍‌ ରହିବ । ତାସହିତ ଗାଡ଼ି ହଜିଗଲେ ମଧ୍ୟ ଟ୍ରାକ କରିବା ସହଜ ହେବ । ଏହି ମାଗ୍ନେଟିକ ନମ୍ବର ପ୍ଲେଟ ଲଗାଇବାକୁ ରାଜ୍ୟ ପରିବହନ ବିଭାଗ ୪ଟି ଭେଣ୍ଡରକୁ ଅନୁମତି ଦେଇଛି । ଏନେଇ ଅନଲାଇନରେ ଆବେଦନ କଲେ ସେହି ଭେଣ୍ଡରଙ୍କ ଜରିଆରେ ନମ୍ବର ପ୍ଲେଟ ଲଗାଇପାରିବେ ।

ଏନେଇ ପ୍ରଥମ ଭେଣ୍ଡର ଭାବେ SIAM indiaକୁ ଜୁନ ୧ରୁ ଅନଲାଇନରେ ବୁକ୍‌ କରିବାକୁ ବିଜ୍ଞପ୍ତି ଜାରି କରିଛି । ତେଣୁ siam.in ସାଇଟ୍‌ ଭିଜିଟ କରି ଅନଲାଇନରେ ନୂଆ ନମ୍ବର ପ୍ଲେଟ୍‌ ପାଇଁ ଆବେଦନ କରିବେ । ନମ୍ବର ପ୍ଲେଟ ବଦଳାଇବା ପାଇଁ ଏକ ତାରିଖ ଧାର୍ଯ୍ୟ ହେବ । ପରେ ସେହିଦିନ ନୂତନ ନମ୍ବର ଅପଗ୍ରେଡ ହୋଇପାରିବ ।

Last Updated : May 31, 2022, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.