ଭୁବନେଶ୍ବର: ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣାରେ ରାଜନୀତି ଥମୁ ନଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ଏଚଆରଡି ମନ୍ତ୍ରୀ ରମେଶ ପୋଖରିଆଲ । ସେ କହିଛନ୍ତି ଯେ, "ଶିକ୍ଷାସଂସ୍ଥା ଗୁଡିକରେ ଶିକ୍ଷାଦାନ ହେବା ଦରକାର । ଗଣ୍ଡଗୋଳ ନୁହେଁ । ଶିକ୍ଷା ସଂସ୍ଥାରେ ରାଜନୀତି କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ" ।
"ଆଉ ଏପରି କରୁଥିବା ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି ,ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ"। ସୋମବାର ବିଭାଗୀୟ ସଚିବ ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।
ଭୁବନେଶ୍ବର ସଞ୍ଜୀବ ରାୟ, ଇଟିଭି ଭାରତ