ETV Bharat / city

ବିଧାୟକଙ୍କ ପ୍ରଶ୍ନ, କଥାବାର୍ତ୍ତା ଭାଇରାଲ ହେଲେ ଲୋକଙ୍କ କାମ କେମିତି କରିବୁ ?

ବିଜେଡି ବିଧାୟକ ଭାଗିରଥି ସେଠୀ କହିଛନ୍ତି ‘ଭାଇରାଲ ଅଡିଓକୁ ଯାଞ୍ଚ କରାଯାଉ । ଆମେ ଲୋକ ପ୍ରତିନିଧି । ଲୋକଙ୍କ କାମ ପାଇଁ ବିଭିନ୍ନ ଲୋକଙ୍କ ସହ କଥା ହେଉଛୁ । ଆମ କଥା ରେକର୍ଡିଂ କରି ଭାଇରାଲ କରିବା ପଛରେ ଉଦ୍ଦେଶ୍ୟ କଣ ? ’ ଅଧିକ ପଢନ୍ତୁ...

author img

By

Published : Mar 25, 2021, 1:55 PM IST

Updated : Mar 25, 2021, 2:14 PM IST

ଭାଗିରଥି ସେଠୀ
ଭାଗିରଥି ସେଠୀ

ଭୁବନେଶ୍ବର: ବିଧାନସଭାର ଶୂନ୍ୟକାଳରେ ପୁଣି ଉଠିଲା ବିଜେଡି ବିଧାୟକଙ୍କ ଅଡିଓ ଭାଇରଲ ପ୍ରସଙ୍ଗ । ଏହି ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ବିଧାୟକ ଭାଗିରଥି ସେଠୀ ।

କଥାବାର୍ତ୍ତା ଭାଇରାଲ ହେଲେ ବିଧାୟକ ଲୋକଙ୍କ କାମ କେମିତି କରିବେ?

ବିଜେଡି ବିଧାୟକ ଭାଗିରଥି ସେଠୀ କହିଛନ୍ତି ‘ବିଧାୟକ ଭାଇରାଲ ଅଡିଓକୁ ଯାଞ୍ଚ କରାଯାଉ । ଆମେ ଲୋକ ପ୍ରତିନିଧି । ଲୋକଙ୍କ କାମ ପାଇଁ ବିଭିନ୍ନ ଲୋକଙ୍କ ସହ କଥା ହେଉଛୁ । କିନ୍ତୁ ଆମ କଥା ରେକର୍ଡିଂ କରି ଏପରି ଭାଇରାଲ କରିବା ଉଦ୍ଦେଶ୍ୟ କଣ? ଆମେ ମାନେ କଣ କିଛି କଥା କହି ପାରିବୁନି କି ? ଯେଉଁ ପୋଲିସ ଅଫିସର ରେକର୍ଡିଂ କରି ଭାଇରାଲ କଲେ କାହିଁକି କଲେ’ ବୋଲି ପ୍ରଶ୍ନ କରିଛନ୍ତି ଭାଗୀରଥି । ସେହିପରି ବିଧାୟକ ବ୍ୟୋମକେଶ ରାୟଙ୍କ କଥାବର୍ତ୍ତା କାଣ୍ଟଛାଣ୍ଟ କରି ଭାଇରାଲ କରାଯାଇଥିବା କହିଛନ୍ତି ଭାଗୀରଥି ।

ବିଧାୟକ ଆହୁରି କହିଛନ୍ତି, ଆମେ ଆମ ନିଜ ପାଇଁ କିଛି କରୁନାହୁଁ । ଲୋକଙ୍କ ସମସ୍ୟା କଥା କହୁଛୁ । ଯଦି ଏଭଳି ଭାବେ ଅଧିକାରୀ ମାନେ ରେକର୍ଡିଂ କରିବେ କଣ କରାଯିବ । ଏକଥାକୁ ନେଇ ବିରୋଧୀ ଯଦି ବିଧାନସଭାରେ ହୋହାଲ୍ଲା କରିବେ ତେବେ ବିଧାୟକ ମାନେ କୌଣସି ଅଫିସରଙ୍କୁ କିଛି କହି ପାରିବେ ନାହିଁ । ଅଫିସର ମଧ୍ୟ ଆମ କଥା ଶୁଣିବେ ନାହିଁ । ଏପରି ହେଲେ ବିଧାୟକଙ୍କ ମନୋବଳ ଭାଙ୍ଗିଯିବ । ବିଧାୟକଙ୍କୁ କେହି ବାସୀରେ ପଚାରିବେ ନାହିଁ କହିଲେ ଭାଗୀରଥି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 25, 2021, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.