ETV Bharat / city

ଶୀତକାଳୀନ ଅଧିବେଶନ: 12ଟା ଯାଏଁ ଗୃହ ମୁଲତବୀ

ଦ୍ବିତୀୟ ଦିନ ପାଇଁ ଧୋଇଗଲା ପ୍ରଶ୍ନକାଳ । ହଟ୍ଟଗୋଳ ମଧ୍ୟରେ 5 ମିନିଟ ଚାଲିଲା ଗୃହ ।

author img

By

Published : Nov 14, 2019, 11:32 AM IST

Updated : Nov 14, 2019, 12:58 PM IST

ଫାଇଲ ଫଟୋ

ଭୁବନେଶ୍ବର: ସ୍ମିତାରାଣୀ ହତ୍ୟା ଘଟଣାକୁ ନେଇ ଆଜି ବି ବିଧାନସଭାରେ ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିବା ସହ ପ୍ରଶ୍ନକାଳ ବାତିଲ କରି ସ୍ବତନ୍ତ୍ର ଆଲୋଚନା ଦାବି କରିଥିଲେ । କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ନାରାବାଜୀ କରିଥିବାବେଳେ ବିଜେପି ବିଧାୟକମାନେ ବ୍ୟାନର ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ବାଚସ୍ପତି ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସ୍ମିତାରାଣୀ ହତ୍ୟାକାରୀକୁ କାହିଁକି ସୁରକ୍ଷା ଦିଆଯାଉଛି ? ବାଚସ୍ପତି ପ୍ରପର ଫୋରମରେ ଚାଲୁ ନାହାଁନ୍ତି ବୋଲି ବିରୋଧୀଦଳ ନେତା ଅଭିଯୋଗ କରିଛନ୍ତି । ବିଜେପିର ଦାବି ପ୍ରଶ୍ନକାଳ ବାତିଲ କରି ସ୍ବତନ୍ତ୍ର ମୋସନ ଅଣାଯାଉ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବିଜେପି ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ବିଜେପି ଯାଜପୁର ଏସପିଙ୍କ ବହିଷ୍କାର ଦାବି କରିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଉଚିତ । ଆଜି କଂଗ୍ରେସର ମୁଲତବୀ ଗ୍ରହଣ ହୋଇଥିବାରୁ ଆମେ ଆଲୋଚନା ଚାହୁଁଛୁ । ବିଧାନସଭା ବ୍ୟବସ୍ଥା ଅନୁଯାୟୀ ବଜେଟ କିମ୍ବା ଅତିରିକ୍ତ ବଜେଟ ଆଗତ ହୋଇ ବ୍ୟୟମଞ୍ଜୁରୀ ଆଗତ ନହେବା ପର୍ଯ୍ୟନ୍ତ ସ୍ବତନ୍ତ୍ର ମୋସନ ଆସିପାରିବ ନାହିଁ । ବିଜେପି ସରକାରୀ ଦଳକୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛି । କଂଗ୍ରେସର ଦାବି ପ୍ରଶ୍ନକାଳ ବାତିଲ କରି ମୁଲତବୀ ଆଲୋଚନା ହେଉ ।

ସେପଟେ ଉଭୟ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଅମର କହିଛନ୍ତି ସରକାର ସବୁ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ । ବିରୋଧୀ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରୁନାହିଁନ୍ତି । ଗୃହରେ ବିଶୃଙ୍ଖଳା କଲେ କିଛି ଫଳପ୍ରଦ ହେବ ନାହିଁ ବୋଲି ଅମର କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Nov 14, 2019, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.